Latest Odisha News

BREAKING NEWS

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମା’ ସମଲେଇଙ୍କୁ କଲେ ଦର୍ଶନ

ସମ୍ବଲପୁର: ଓଡ଼ିଶା ଲୋକସଭା ନିର୍ବାଚନ ପାଇଁ ବିଜେପି ତାହାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସମ୍ବଲପୁର ଲୋକସଭା ଆସନ ପାଇଁ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେବା ନେଇ ବିଜେପି ପକ୍ଷରୁ ତାଲିକା ମଧ୍ୟ ପ୍ରକାଶ ପାଇଛି । ଏହାପରେ ସମ୍ବଲପୁର ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗତକାଲି ରାତିରେ ସମ୍ବଲପୁର ପହଞ୍ଚିବା ପରେ ଆଜି ମା’ ସମଲେଇଙ୍କ ଦର୍ଶନ କରିଛନ୍ତି ଧର୍ମେନ୍ଦ୍ର । ପରେ ମା’ ସମଲେଇଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ଏହାପରେ ଡାଇରିଆରେ ଆକ୍ରାନ୍ତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କୁ ଭେଟିବେ ଧର୍ମେନ୍ଦ୍ର ପ୍ରଧାନ । ପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ କର୍ମୀଙ୍କ ସହ ହୋଲି ଖେଳିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.