Latest Odisha News

BREAKING NEWS

ସୁନ୍ଦରଗଡ଼ରେ ସିରିଜ୍ ଦୁର୍ଘଟଣା; ୪ ଆହତ, ନିଶାସକ୍ତ ଅବସ୍ଥାରେ ଗାଡିଚଳାଉଥିଲେ ଡ୍ରାଇଭର

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ସିରିଜ୍ ଦୁର୍ଘଟଣା । ଗୋଟିଏ କିଲୋମିଟର ଯାଏଁ ଦୁର୍ଘଟଣା ଘଟାଇ ଚାଲିଲା ସ୍କର୍ପିଓ । ପ୍ରଥମେ ସ୍କର୍ପିଓଟି ଗୋଟିଏ କାରକୁ ଧକ୍କା ଦେଇଥିବା ବେଳେ କାରଟି ରାସ୍ତା କଡକୁ ଓଲଟି ପଡିଥିଲା । ପରେ ୩ଟି ବାଇକ ଏବଂ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଶେଷରେ ଟ୍ରକ୍ ପଛରେ ପିଟିହୋଇ ଅଟକିଲା ସ୍କର୍ପିଓ ।

ସୁନ୍ଦରଗଡ଼ ସହର ମେଡିକାଲ ଛକ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ମଦ୍ୟପାନ କରି ସ୍କର୍ପିଓ ଡ୍ରାଇଭର ବେପରୁଆ ଗାଡ଼ି ଚଳାଇବା ସହିତ ଏହି ସିରିଜ୍ ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ଖବରପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମଦୁଆ ଡ୍ରାଇଭରକୁ ଗିରଫ କରିବା ସହ ଗାଡି ଜବତ କରିଛି । ସ୍କର୍ପିଓ ଡ୍ରାଇଭର ଜଣଙ୍କ ହେଲେ ଶଙ୍କରା ଶର୍ମା ।

ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟଲୋକଙ୍କ ସହାୟତାରେ ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଛି । ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓଟି ଜଣେ ପୁଲିସ ଅଧିକାରୀଙ୍କର ବୋଲି ଜଣାଯାଇଛି । ଗାଡ଼ିରେ ଆଗରେ ପୋଲିସ ଲେଖାଯାଇଛି । ପୋଲିସ ଶଙ୍କରାକୁ ଅଟକ ରଖି ପଚରାଉରା କରୁଛି ।

Leave A Reply

Your email address will not be published.