Latest Odisha News

BREAKING NEWS

ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତି

ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତି । ସିଂହଦ୍ଵାରରେ ତାଙ୍କୁ ବିଜେପି ନୟାଗଡ଼ ମହିଳା ମୋର୍ଚା ପ୍ରଭାରୀ ରଞ୍ଜିତା ଦାସ ଖଣ୍ଡୁଆ ଦେଇ ସ୍ବାଗତ କରିଥିଲେ । ଖାଦ୍ୟ ଉପଭୋକ୍ତା ମାମଲା,ସାର୍ବଜନୀକ ବିତରଣ ବିଭାଗର ମନ୍ତ୍ରୀ ଭାବରେ ରାଜ୍ୟ ପାହ୍ୟାରେ ଦାୟିତ୍ଵ ତୁଲାଉଛନ୍ତି ନିରଞ୍ଜନ ଜ୍ୟୋତି ।

ମହାପ୍ରଭୁଙ୍କ ଦର୍ଶନ ପରେ ଭାବ ବିହ୍ୱଳ ହୋଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଶ୍ରୀମନ୍ଦିର ଭଳି ଭବ୍ୟ ଓ ପବିତ୍ର ସ୍ଥାନରୁ ଫେରିବାକୁ ଇଛା ନଥିଲେ ବି ଫେରିବାକୁ ପଡ଼ୁଛି । ଏଥିସହିତ ଆସନ୍ତା ୨୨ ତାରିଖରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଖୁସି ବ୍ୟକ୍ତ କରିବା ସହ ଏହି ଦିନ ସମସ୍ତ ଭାରତୀୟଙ୍କ ପାଇଁ ଦୀପାବଳି ଭଳି ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି । ପ୍ରାଣ ପ୍ରତିଷ୍ଠା ଉତ୍ସବ ସୁରୁଖୁରୁରେ ହେଉ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା ମଧ୍ୟ କରିଥିବା କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଭାବରେ ମୋଦିଜୀ ଦାୟିତ୍ଵ ନେବାପରେ ଦେଶରେ ସମସ୍ତ ଅଧ୍ୟାତ୍ମିକ ପୀଠର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି ସାଧ୍ୱୀ ନିରଞ୍ଜନ ଜ୍ୟୋତି ।

ସେପଟେ ବିଜେପି ମହିଳା ମୋର୍ଚା ସହ ଏକ ବୈଠକରେ ମଧ୍ୟ ଯୋଗଦେବେ ମନ୍ତ୍ରୀ ନିରଞ୍ଜନ ଜ୍ୟୋତି । ମୋଦି ସରକାରଙ୍କ ଲକ୍ଷପତି ଦିଦି ଯୋଜନା ସମ୍ବଦ୍ଧରେ ମଧ୍ୟ ବିଭିନ୍ନ ମହିଳାଙ୍କ ସହ ଆଲୋଚନା କରିବେ । ସେପଟେ ଗତ କିଛିଦିନ ତଳେ ମନ୍ତ୍ରୀଙ୍କୁ ଅପହରଣ ପାଇଁ ଯୋଜନାକୁ ନେଇ ମଧ୍ଯ ପ୍ରତିକ୍ରିୟା ରଖିଛନ୍ତି । ସେହି ସମୟରେ ଗାଡ଼ିରେ ସେ ନଥିବା କଥା ପ୍ରକାଶ କରିବା ସହ ଏ ବିଷୟରେ ଅଧିକ ତର୍ଜମା କରିବା ପୋଲିସର କାମ ବୋଲି କହିଛନ୍ତି ।

Leave A Reply

Your email address will not be published.