Latest Odisha News

BREAKING NEWS

ରାଜ୍ୟସଭାରେ ସଂସଦୀୟ ଦଳ ନେତା ହେଲେ ପୀୟୁଷ ଗୋୟଲ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ରାଜ୍ୟସଭା ସଂସଦୀୟ ଦଳର ନେତା ଭାବେ ନିଯୁକ୍ତି ପାଇଛନ୍ତି। ପୀୟୁଷ ଗୋୟଲ ବିଜେପିର ବରିଷ୍ଠ ନେତା ଥାୱରଚାନ୍ଦ ଗେହଲୋଟ୍‌ଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି। ପୂର୍ବରୁ ଥାୱରଚନ୍ଦ ଗେହଲଟ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ଭାବେ କାମ କରୁଥିଲେ।

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥାୱରଚାନ୍ଦ ଗେହଲୋଟ୍ ରବିବାର ଦିନ କର୍ଣ୍ଣାଟକର ୧୯ ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି।

ପୀୟୁଷ ଗୋୟଲ ୨୦୧୦ ମସିହାରୁ ରାଜ୍ୟସଭାର ସଦସ୍ୟ ରହିଆସିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ପୀୟୁଷ ଗୋୟଲ ରାଜ୍ୟସଭାରେ ବିଜେପିର ଉଦ୍ୟମରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି।

Leave A Reply

Your email address will not be published.