Latest Odisha News

BREAKING NEWS

ଆସନ୍ତା ୧୬ ତାରିଖରୁ ରାଜ୍ୟରେ କୋହଳ ହୋଇପାରେ କଟକଣା

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛ ମହାମାରୀ । ସଂକ୍ରମଣ କମୁଥିବାରୁ କଟକଣା କୋହଳ କରିପାରନ୍ତି ସରକାର । ଆସନ୍ତା ୧୬ ତାରିଖରେ ସରୁଛି କଟକଣା ଅବଧି । ତେଣୁ ଆସନ୍ତା ୧୬ ତାରିଖରୁ ରାଜ୍ୟରେ କୋହଳ ହୋଇପାରେ କଟକଣା । ଏଥିପାଇଁ ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି । ତେବେ ସଂକ୍ରମଣ ହ୍ରାସ ପାଉନଥିବାରୁ କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, ବାଲେଶ୍ବର, ନୂଆପଡ଼ା ଜିଲ୍ଲାରେ କଟକଣା କୋହଳ ହୋଇନପାରେ । ବିଶେଷକରି ସୀମାବର୍ତ୍ତୀ ଅଞ୍ଚଳ ମାନଙ୍କରେ କଟକଣା କୋହଳ ନକରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ଜଣାପଡିଛି ।

ପଡୋଶୀ ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ନୂଆପଡ଼ା ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଛି । ସେହପରି ବାଲେଶ୍ବରରେ ମଧ୍ୟ ପଡ଼ୋଶୀ ରାଜ୍ୟ ପାଇଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏବେ ସାରା ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଉଥିବାରୁ ରାଜ୍ୟବାସୀ ଆଶ୍ବସ୍ତି ଅନୁଭବ କରୁଛନ୍ତି । ଯେଉଁଠି ପଜିଟିଭି ହାର କମ ରହୁଛି, ସେସେବୁ ଜିଲ୍ଲାରେ ଆସନ୍ତା ୧୬ ତାରିଖରେ କଟକଣା କୋହଳ କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସର୍ଭେଲାନ୍ସ ସାଙ୍ଗକୁ ରାଜ୍ୟରେ ଜାରି ରହିବ ଟିକାକରଣ । ସେହିପରି ଯେଉଁ ସବୁ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଛି, ସେସବୁ ଜିଲ୍ଲାରେ ସର୍ଭେଲାନ୍ସ ବଢାଯିବା ସହ କଟକଣା ଜାରି ରହିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.