Latest Odisha News

BREAKING NEWS

ଭୁବନେଶ୍ବର ଟିକାକରଣ କାର୍ଯ୍ୟକ୍ରମରେ ଭୁବନେଶ୍ବର ଲୋକଙ୍କୁ ଦିଆଯିବ ପ୍ରାଥମିକତା

ଭୁବନେଶ୍ବର : ମହାମାରୀ କରେନା ବିରୋଧରେ ଜାରି ରହିଛି ଟିକାକରଣ । ହେଲେ ଭୁବନେଶ୍ବର ପାଇଁ ନୂଆ ପଦକ୍ଷେପ ନେଇଛି ବିଏମସି । ଟିକାକରଣ କାର୍ଯ୍ୟକ୍ରମରେ ଏଣିକି ଭୁବନେଶ୍ବର ଲୋକଙ୍କୁ ଦିଆଯିବ ପ୍ରାଥମିକତା । ମୋଟ ଜନସଂଖ୍ୟା ମଧ୍ୟରୁ କେତେ ଜଣ ଟିକା ନେବେ ସେନେଇ ତାଲିକା ପ୍ରସ୍ତୁତ ହୋଇଛି । ସେହି ଅନୁପାତରେ ଟିକା ଯୋଗାଣ ହେଉଛି । ଭୁବନେଶ୍ବରକୁ ଶତ ପ୍ରତିଶତ ଟିକାକରଣ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେଇଛି ବିଏମସି ।

ଜଣେ ବ୍ୟକ୍ତି ଯେପରି ଟିକାରୁ ବଞ୍ଚିତ ନହୁଅନ୍ତି, ତାଉପରେ ଗୁରୁତ୍ବ ଦେଇଛି ବିଏମସି । ସବୁ ଜିଲ୍ଲା ଓ ସବୁ ସହରରେ ଟିକାର ବ୍ୟବସ୍ଥା ହୋଇଛି । ବିଭିନ୍ନ ଜିଲ୍ଲାରେ ଟିକାର ଅଭାବ ଯୋଗୁଁ ଟିକାକରଣ ବନ୍ଦ ରହିଛି । ଏଣୁ ଏଭଳି ସ୍ଥିତିରେ ଭୁବନେଶ୍ବରବାସୀଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯାଉଛି ଟିକା । ପ୍ରଥମ ଡୋଜ ଟିକା କେବଳ ଭୁବନେଶ୍ବର ଠିକଣା ଥିବା ଆଧାର ଅଥବା ଅନ୍ୟ ପରିଚୟ ପତ୍ର ଅନୁସାରେ ଗ୍ରହଣ କରି ଟିକା ଦିଆଯାଉଛି । ତେବେ ଦ୍ବିତୀୟ ଡୋଜରେ କୌଣସି ସମସ୍ୟା ନାହିଁ । ଯିଏ ଯେଉଁ କେନ୍ଦ୍ରରେ ଟିକା ନେଇଥିଲେ ନିର୍ଦ୍ଧାରିତ ସମୟ ପରେ ଉକ୍ତ କେନ୍ଦ୍ରରେ ନେଇପାରିବେ ଟିକା ।

Leave A Reply

Your email address will not be published.