Latest Odisha News

BREAKING NEWS

ପୂର୍ବତନ ବିଜେଡି ଜିଲ୍ଲା ସମ୍ପାଦକ ଦୁର୍ଗାଚରଣ ପ୍ରଧାନଙ୍କୁ ବିଜେପିରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲାର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡ଼ିର ପୂର୍ବତନ ଜିଲ୍ଲା ସମ୍ପାଦକ ଦୁର୍ଗାଚରଣ ପ୍ରଧାନଙ୍କ ସମେତ ଅନେକ ବିଜେଡ଼ି ସମର୍ଥକଙ୍କୁ ଦଳରେ ସ୍ୱାଗତ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ନେତାଙ୍କ ସମେତ ଅନୁଗୋଳ ଜିଲ୍ଲା ବିଜେଡ଼ିର ପଦ୍ମଲୋଚନ ପ୍ରଧାନ, ମାନସ ରଞ୍ଜନ ପ୍ରଧାନ, ଲୋକନାଥ ପ୍ରଧାନ, ସୁଶାନ୍ତ କୁମାର ସାହୁଙ୍କ ସମେତ ଅନେକ ସମର୍ଥକଙ୍କୁ ଦଳୀୟ ଉତରୀୟ ଦେଇ ବିଜେପିରେ ସ୍ୱାଗତ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଏହି ମିଶ୍ରଣ ଆମ ଦଳର ସଂଗଠନକୁ ଅଧିକ ସୁଦୃଢ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ ହେବ । ଆଗାମୀ ଦିନ ମାନଙ୍କରେ ଅନୁଗୋଳ ଜିଲ୍ଲାକୁ ସମୃଦ୍ଧ ଅଂଚଳ ଭାବେ ଗଢ଼ିବାରେ କାର୍ଯ୍ୟକର୍ତାଙ୍କ ବଡ଼ ଯୋଗଦାନ ରହିବ ।

କାର୍ଯ୍ୟକର୍ତାଙ୍କ ପରିଶ୍ରମ ଏବଂ ଜନଆଶୀର୍ବାଦ ବଳରେ ଦଳ ଆଗକୁ ବଢ଼ୁଛି । ଏବେ ଟେକ୍ନୋଲୋଜି ମାଧ୍ୟମରେ ଲୋକମାନଙ୍କ ସହ ଯୋଡ଼ି ହେବା ଏବଂ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଅବଗତ କରାଇବା ଓ ସେମାନଙ୍କ ସମସ୍ୟାର ସମାଧାନକୁ କାର୍ଯ୍ୟକର୍ତାମାନେ ଉଠାଇବା  ଦରକାର । ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ଓଡ଼ିଶାକୁ ଏକବିଂଶ ଶତାବ୍ଦୀରେ ବିକଶିତ କରିବା ପାଇଁ କାର୍ଯ୍ୟକର୍ତାମାନେ ଦୁଇ ଗୁଣା ପରିଶ୍ରମ କରିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ଅଞ୍ଜଳି ବେହେରା ଏବଂ ଓବିସି ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.