Latest Odisha News

[ଭିଡ଼ିଓ] ମନାଲିରେ ମାଆ ହିଡ଼ିମ୍ବାଦେବୀଙ୍କ ମନ୍ଦିର ରହସ୍ୟ

ଭୁବନେଶ୍ୱର: କିଛି କଥା ବିଶ୍ୱାସ ନହେଲେ ବି ସତ । ଅମା ହିନ୍ଦୁ ଧର୍ମରେ କୋଟି କୋଟି ଦେବା ଦେବୀ ରହିଛନ୍ତି। ଲୋକଙ୍କ ମନରେ ଅନେକ ବି ରହିଛି ବିଶ୍ୱାସ। ହେଲେ ଏମିତକି କିଛି ସ୍ଥାନ ରହିଛି ଯେଉଁଠି ଲୋକେ ଭଗବାନ ନୁହେଁ ପୂଜା କରିଥାନ୍ତି ରାକ୍ଷସ ମାନଙ୍କୁ।

ଭାରତରେ ଏଭଳି ମନ୍ଦିର ଓ କୀର୍ତ୍ତିରାଜି ରହିଛି ଯେଉଁଠି ଦେବତାମାନଙ୍କ ଭଳି ରାକ୍ଷସ ମାନଙ୍କର ପୂଜାର୍ଚ୍ଚନା କରାଯାଇଥାଏ।
ହିମାଚଳ ପ୍ରଦେଶରେ ରାକ୍ଷସକୁ ପୂଜା କରାଯାଇଥାଏ। ଏମିତିକି ସେଠାରେ ଲୋକଙ୍କ ମନରେ ଅନେକ ବିଶ୍ୱାସ ମଧ୍ୟ ରହିଛି । ସେହିଭଳ ପୂଜାର୍ଚ୍ଚନା ମଧ୍ୟ ବେଶ ଧୁମଧାମରେ କରାଯାଇଥାଏ।

ମନାଲିରେ ମାଆ ହିଡ଼ିମ୍ବାଦେବୀଙ୍କ ମନ୍ଦିର ଅଛି । ଏଠାରେ ଦେବୀଙ୍କୁ ରକ୍ତ ଭୋଗ ଅର୍ପଣ କରାଯାଏ। ରକ୍ତ ଭୋଗ ଚଢ଼ାଇଲେ ସେ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି ।

ଅନ୍ଧ ବିଶ୍ୱାସ ଦୃଷ୍ଟିରୁ ଦେଖିଲେ ସେମିତି କିଛି ନୁହେଁ । ଯଦି ଧାର୍ମିକ ଦୃଷ୍ଟିରୁ ଦେଖିବା ସେ ରାକ୍ଷସି ହୋଇ ମଧ୍ୟ ଧର୍ମ ସପକ୍ଷରେ ରହିଥାନ୍ତି। ସେଥିପାଇଁ ତାଙ୍କୁ ପୂଜା କରିବାର ମହତ୍ତ୍ୱ ରହିଛି। ହିଡ଼ିମ୍ବାଦେବୀ ମହାଭାରତରେ ଭୀମଙ୍କ ସ୍ତ୍ରୀ ଭାବେ ପରିଚିତ। ଏନେଇ ତାଙ୍କୁ ସମ୍ମାନ ଦେବା ସହିତ ମନ୍ଦିରରେ ପୂଜାର୍ଚ୍ଚନା କରାଯିବାର ରହିଛି ପରମ୍ପରା।

ଏଠି ଲୋକଙ୍କ ମନରେ ମଧ୍ୟ ରହିଛି ଅଗାଢ ବିଶ୍ୱାସ ରହିଛି। ଏହି ମନ୍ଦିରରେ ଯାହା ମାନସକି କରିଲେ ସମସ୍ତ ମନୋସ୍କାମାନ ପୂରଣ ହେବାର ରହିଛି ବିଶ୍ୱାସ । ଏହି ଅଧାରରେ ଲୋକଙ୍କ ଭିଡ଼ ଲାଗିଥାଏ ହିଡିମ୍ବା ମନ୍ଦିରରେ ।

ଆଉ ଏଠାରେ ମଧ୍ୟ ରହିଛି ଅନେକ ରହସ୍ୟ। ରାକ୍ଷସ ମନ୍ଦିର ହୋଇଥିଲେ ବି ଏଠାରେ ଲୋକମାନେ ଅନେକ ରହସ୍ୟ ମଧ୍ୟରେ ରହିଥିବା ମନ୍ଦିରରେ ଦେବୀକୁ ମାନନ୍ତି। ହେଲେ ମନ୍ଦିରର ରହସ୍ୟ କଣ କିନ୍ତୁ କାହାକୁ ଜଣା ନାହିଁ ଯାହା ଆଜି ବି ରହସ୍ୟ ଭିତରେ ରହିଛି ।

Leave A Reply

Your email address will not be published.