Latest Odisha News

BREAKING NEWS

ଏହି ଗ୍ରାମରେ କ୍ଷୀର ବିକିବା ପାପ

ରାଜସ୍ଥାନରେ ଏ ଭଳି ଏକ ଗ୍ରାମ ଅଛି ଯେଉଁଠାରେ କ୍ଷୀର ବିକ୍ରି କରିବା ମନା । ଏହାକୁ ଏଠାରେ ପାପ ମନେ କରାଯାଏ । କ୍ଷୀର ବିକ୍ରି କରିବା ପୁଅ ବିକିବା ସହ ସମାନ ଭାବେ ବିବେଚନା କରାଯାଏ । ସୋନେଲା ପଂଚାୟତର ମାଲୀପୁରା କୁସମା ଗ୍ରାମବାସିନ୍ଦାଙ୍କ କହିବା ଅନୁସାରେ ଭଗବାନ ଶ୍ରୀରାମଙ୍କ ପୁତ୍ର କୂଶଙ୍କ ବଂଶଜମାନେ ଏହି ଗ୍ରାମ ପ୍ରତିଷ୍ଠାତା କରିଥିଲେ । ଏଠାରେ ରହୁଥିବା ମାଳି ଜାତିର ପରିବାର ଏବେ ବି ପୂର୍ବପୁରୁଷଙ୍କ ମାନ୍ୟତା ଅନୁସାରେ କ୍ଷୀର ବିକ୍ରି କରୁ ନାହାନ୍ତି । ଗ୍ରାମରେ ପ୍ରତ୍ୟେକ ଦିନ ଅତି କମରେ ୩୦୦ ଲିଟର କ୍ଷୀର ଗାଈଙ୍କ ନିକଟର ସଂଗ୍ରହ ହେଉଛି । ଏହାକୁ ଗ୍ରାମବାସୀ ବିକ୍ରି ନ କରି ଦହି, ଘିଅ, ଲହୁଣୀ ପ୍ରସ୍ତୁତ କରିଥାନ୍ତି । ଘିଅକୁ ଭଗବାନଙ୍କ ପୂଜାରେ ଏବଂ ଘରେ ବ୍ୟବହାର କରା ଯାଇଥାଏ । ଯଦି କାହାର କ୍ଷୀରର ଆବଶ୍ୟକତା ରହିଥାଏ ତାଙ୍କୁ ମାଗଣାରେ ଏହା ପ୍ରଦାନ କରାଯାଇଥାଏ ।

ପାଖାପାଖି ୨୫ ପରିବାର ଏହି ପ୍ରଥାକୁ ପାଳନ କରି ଆସୁଛନ୍ତି । ପଶୁପାଳନ ଓ ଚାଷ ସେମାନଙ୍କ ରୋଜଗାରର ମୂଖ୍ୟ ସ୍ରୋତ । ମାନ୍ୟତା ରହିଛି କ୍ଷୀର ବିକ୍ରି କଲେ ଘରକୁ ଦାରିଦ୍ର‌୍ୟତା ଆସିବ । ସମସ୍ତ ପରିବାର ଭଗବାନ ଶ୍ରୀରାମଙ୍କ ଆରାଧ୍ୟ ମନେ କରୁଥିବା ବେଳେ ବ୍ରାହ୍ମଣୀ ମାଆଙ୍କୁ ପୂଜା କରିଥାନ୍ତି । ସୋସିଆଲ ମିଡିଆରେ ଏହି ଗ୍ରାମ ସମ୍ପର୍କରେ ପ୍ରଚାର ହେବା ପରେ ସେଠାକୁ ପର୍ଯ୍ୟଟକମାନେ ଯିବା ଆରମ୍ଭ କରିଛନ୍ତି । ଗ୍ରାମବାସୀମାନେ ପର୍ଯ୍ୟଟକୁ ଦହି ସର୍ବତ ଦେଇ ସ୍ୱାଗତ କରିଥାନ୍ତି ।

Comments are closed.