Latest Odisha News

BREAKING NEWS

ରହସ୍ୟମୟ ଅମରନାଥ ଗୁମ୍ପା, ବରଫାବୃତ ଲିଙ୍ଗକୁ ନେଇ ଚମତ୍କାର ଅନୁଭୂତି !

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଦେବ ଦେବ ମହାଦେବ ଶିବଶଙ୍କରଙ୍କୁ ହିନ୍ଦୁ ଧର୍ମାବଲମ୍ବୀମାନେ ଅତ୍ୟନ୍ତ ଭକ୍ତି ସହକାରେ ପୂଜାର୍ଚ୍ଚନା କରିଥାଆନ୍ତି । କୁହାଯାଏ ମହାଦେବ ଶିବ ଏବେବି ହିମାଳୟର ଗୁମ୍ପାରେ ଏବେବି ତପସ୍ୟାରତ । ଖାଲିଯେ ପୁରାଣରେ ବର୍ଣ୍ଣିତ ହିମାଳୟ ପାର୍ବତ୍ୟାଞ୍ଚଳସ୍ଥ କୈଳାଶ ପର୍ବତକୁ ଶିବଙ୍କ ସ୍ଥାନ ବୋଲି ବିବେଚନା କରାଯାଇଥାଏ ତାହାନୁହେଁ, ଏବେ ମଧ୍ୟ ଭାରତୀୟ ଯୋଗୀ ଋଷିମାନେ ହିମାଳୟର କେତେକ ନିଭୃତ ସ୍ଥାନରେ ମହାଦେବ ଶିବଙ୍କର ଉପସ୍ଥିତିକୁ ଅନୁଭବ କରିପାରିଛନ୍ତି । ଭାରତୀୟ ରାଜ୍ୟ ଜମ୍ମୁ ଓ କାଶ୍ମୀରର ରାଜଧାନୀ ଶ୍ରୀନଗରଠୁଁ ୧୪୧ କିମି ଦୂରରେ ଅବସ୍ଥିତ ଏହି ରହସ୍ୟମୟ ଅମରନାଥ ଗୁମ୍ପା । ଏହି ମନ୍ଦିରଟି ସମୁଦ୍ରପତ୍ତନ ଠାରୁ ପ୍ରାୟ ୧୨୭୫୬ ଫୁଟ ଉପରେ ଅବସ୍ଥିତ । ଏଠାରେ ଭଗବାନ ଶିବଙ୍କର ବରଫ ଲିଙ୍ଗଙ୍କୁ ଭକ୍ତମାନେ ଏକ ଗୁମ୍ଫା ମଧ୍ୟରେ ଦର୍ଶନ କରିଥାନ୍ତି । ପ୍ରତ୍ୟକ ବର୍ଷ ଅନେକ ଶ୍ରଦ୍ଧାଳୁ ଏଠାକୁ ଅାସି ଭଗବାନ ଶିବଙ୍କ ଏହି ବରଫ ଲିଙ୍ଗଙ୍କୁ ଦର୍ଶନ କରିଥାନ୍ତି । ଗୁମ୍ଫା ମଧ୍ୟରେ ହିଁ ଏହି ବରଫ ଲିଙ୍ଗଙ୍କୁ ଦର୍ଶନ କରିଥାନ୍ତି ।

କୁହାଯାଏ ମହାଦେବ ଶିବ ଏବେବି ହିମାଳୟର ଗୁମ୍ପାରେ ଏବେବି ତପସ୍ୟାରତ । ଶ୍ରୀନଗରରୁ ପହଲଗାମ ଦେଇ ଏହି ପ୍ରସିଦ୍ଧ ଅମରନାଥ ଗୁମ୍ଫା ମଧ୍ୟକୁ ଯିବାକୁ ପାହାଡ଼ିଆ ରାସ୍ତା ରହିିଛି । ବିଶ୍ୱାସ ଅନୁସାରେ ଅମରନାଥର ଏହି ଗୁମ୍ଫାରେ ପାହଡ଼ରୁ ପାଣି ଝରି ଏହି ଲିଙ୍ଗ ଅାବିର୍ଭାବ ହୋଇଥାଏ । ଅାଉ ଯେଉଁ ସମୟ ପର୍ଯ୍ୟନ୍ତ ଲିଙ୍ଗର ଅାକାରରେ ପରିବର୍ତ୍ତନ ହୁଏ ନାହିଁ ସେ ପର୍ଯ୍ୟନ୍ତ ବରଫ ଲିଙ୍ଗକୁ ପୂଜା କରିଥାନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଏପରିକି ଭଗବାନ ଶିବଙ୍କର ଏହି ବରଫ ଲିଙ୍ଗ ନିକଟରେ ଅାଉ ଦୁଇଟି ଛୋଟ ବରଫ ମୂର୍ତ୍ତି ଦେଖିବାକୁ ମିଳେ ।

ଅାଉ ଲୋକ ବିଶ୍ୱାସ ଅନୁସାରେ ଏହି ଦୁଇଟି ବରଫ ମୂର୍ତ୍ତି ହେଉଛି ମାତା ପାର୍ବତୀ ଓ ବିଘ୍ନବିନାଶକ ଗଜାନନଙ୍କର ।

ବିଶ୍ୱାସ ଅନୁସାରେ ଏହି ଗୁମ୍ଫା ମଧ୍ୟରେଭଗବାନ ଶିବ ମାତା ପାର୍ବତୀଙ୍କୁ ଜୀବନାଦର୍ଶନ ସଂପର୍କରେ ମାତା ପାର୍ବତୀଙ୍କୁ ବୁଝାଇ ଥିଲେ ।

ଭାବନ୍ତୁ କେତେ ରହସ୍ୟମୟ କଥା । ଭାରତରେ ଶୈବ ଉପାସନାର ଧାରା ଖୁବ୍‌ ପ୍ରାଚୀନ । ଭଗବାନ ଶିବଙ୍କର ଭାରତରେ ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ ପୀଠ ମାନ ରହିଛି । ଅାଉ ପ୍ରାୟ ସବୁ ପୀଠରେ ଭଗବାନ ଶିବଙ୍କର ପଥରରେ ନିମେନ୍ତେ ଲିଙ୍ଗକୁ ପୂଜା କରାଯାଏ । ବିଶ୍ୱାସ ଅନୁସାରେ ଅନେକ ସ୍ଥାନରେ ଶିବ ଲିଙ୍ଗକୁ ସ୍ୱୟଂ ପ୍ରକଟିତ ହୋଇଥିବା ବିଶ୍ୱାସ କରାଯାଏ । ସେହିଭଳି ଅମରନାଥ ଗୁମ୍ଫାରେ ମଧ୍ୟ ଦର୍ଶନ ଦେଉଥିବା ଶିବଲିଙ୍ଗଙ୍କୁ ସ୍ୱୟଂପ୍ରକଟ ହୋଇଥିବା ବିଶ୍ୱାସ କରାଯାଏ ।

ଭଗବାନ ଶିବଙ୍କର ଏହି ଅମରନାଥ ଶିବଲିଙ୍ଗକୁ ନେଇ ଅନେକ ଶ୍ରଦ୍ଧାଳୁମାନେ ତାଙ୍କର ଚମତ୍କାରୀ ଅନୁଭୂତିକୁ ବର୍ଣ୍ଣନା କରିଥିବାର ଦେଖାଯାଇଥାଏ ।

ବିଭିନ୍ନ ଦେଶରୁ ଗବେଷକମାନେ ଏହି ଗୁମ୍ଫାରେ ହେଉଥିବା ଅଦ୍ଭୁତ ଆଧ୍ୟାତ୍ମିକ ଅନୁଭୂତିକୁ ନିଜେ ମଧ୍ୟ ହୃଦୟଙ୍ଗମ କରିପାରିଛନ୍ତି । ସବୁଠାରୁ ଅାଶ୍ଚର୍ଯ୍ୟକର ବିଷୟ ହେଲା କେମିତି ପ୍ରତ୍ୟକ ବର୍ଷ କେବଳ ଶିବଲିଙ୍ଗ ଅାକୃତିର ବରଫ ଯମା ହେଉଛି ଗୁମ୍ଫା ଭିତରେ ? କେମିତି ଶିବଲିଙ୍ଗ ପାଶ୍ର୍ୱରେ ଦୁଇଟି ବରଫ  ମୂର୍ତ୍ତି ପ୍ରତିବର୍ଷ ସୃଷ୍ଟି ହେଉଛି । ହିନ୍ଦୁ ଧର୍ମବିଶ୍ୱାସୀ ମାନେ ଏହାକୁ ଭଗବାନ ଶିବଙ୍କର ଅଲୌକିକତା ଭାବେ ଗ୍ରହଣ କରି ନେଇଛନ୍ତି । ଏ ହେଉଛିରହସ୍ୟମୟ ପ୍ରକୃତିର ଅାଉ ଏକ ଉଦାହରଣ । ଅାଉ ଏଠାରେ ମଧ୍ୟ ପ୍ରକୃତିର ରହସ୍ୟ ଭିତରେ ରହିଛି ଇଶ୍ୱରୀୟ ସତ୍ତାର ଉପସ୍ଥିତି । ତେଣୁ ତାହା ବର୍ଷବର୍ଷ ଧରି ଲୋକବିଶ୍ୱାସରେ ରହିଛି ।

ଶ୍ରୀନଗରରୁ ପହଲଗାମ ଦେଇ ଏହି ପ୍ରସିଦ୍ଧ ଅମରନାଥ ଗୁମ୍ଫା ମଧ୍ୟକୁ ଯିବାକୁ ପାହାଡ଼ିଆ ରାସ୍ତା ରହିିଛି । ଭଗବାନ ଶିବଙ୍କର ଏହି ଅମରନାଥ ଶିବଲିଙ୍ଗକୁ ନେଇ ଅନେକ ଶ୍ରଦ୍ଧାଳୁମାନେ ତାଙ୍କର ଚମତ୍କାରୀ ଅନୁଭୂତିକୁ ବର୍ଣ୍ଣନା କରିଥିବାର ଦେଖାଯାଇଥାଏ । ବିଭିନ୍ନ ଦେଶରୁ ଗବେଷକମାନେ ଏହି ଗୁମ୍ଫାରେ ହେଉଥିବା ଅଦ୍ଭୁତ ଆଧ୍ୟାତ୍ମିକ ଅନୁଭୂତିକୁ ନିଜେ ମଧ୍ୟ ହୃଦୟଙ୍ଗମ କରିପାରିଛନ୍ତି ।

ଏହି ସ୍ଥାନକୁ ନେଇ କିମ୍ବଦନ୍ତି, ଶାସ୍ତ୍ର ପୁରାଣରେ ବର୍ଣ୍ଣନା ମଧ୍ୟ ରହିଛି। ସୂଚନାଅନୁସାରେ ବିଶିଷ୍ଟ ରାଜା ଅାର୍ଯ୍ୟରାଜ ପ୍ରାୟ ଖ୍ରୀଷ୍ଟପୂର୍ବ ୩୩୦ ବେଳକୁ ବରଫ ଶିବ ଲିଙ୍ଗ ଉପାସନା କଶ୍ମୀରରେ କରିଥିବା ଜଣା ଯାଏ ।ସେହିପରି ପ୍ରଖ୍ୟାତ ଗ୍ରନ୍ଥ ରାଜତରଙ୍ଗୀଣିରେ ଅମରେଶ୍ୱର ବା ଅମରାନାଥଙ୍କର ବର୍ଣ୍ଣନା ମଧ୍ୟ ରହିଛି ।

ସେହିପରି ବିଶ୍ୱାସ ରହିଛି ଯେ ରାଣୀ ସୂର୍ଯ୍ୟମଥି ଏକାଦଶ ଶତାଦ୍ଦୀରେ ବାବା ଅମରନାଥଙ୍କ ନିକଟରେ ତ୍ରିଶୂଳ ଓ ମନ୍ଦିରର ବିଭିନ୍ନ ଉପକରଣ ପ୍ରଦାନ କରିଥିଲେ । ସେହିପରି ଅମରାନାଥଙ୍କ ଅାବିର୍ଭାବକୁ ନେଇ ରହିଛି ଅନେକ କିମ୍ବଦନ୍ତୀ ଓ କାହାଣୀ । କୁହାଯାଏ ବାବା ଅମରନାଥ ଯେଉଁ ସ୍ଥାନରେ ଅବସ୍ଥାନ କରିଛନ୍ତି ହିମାଳୟର ସେହି ସ୍ଥାନ ସଂପୂଣ୍ର୍ଣ ଜଳମଗ୍ନ ରହିଥିଲା ଅାଉ କଶ୍ୟପ ମୁନି ଏହି ଜଳକୁ ନିଷ୍କାସନ କରିବା ପାଇଁ ବିଭିନ୍ନ ନଦୀ ସୃଷ୍ଟି କଲେ ।ଅାଉ ଯେତେବେଳେ ଜଳ ଏହି ଅଞ୍ଚଳରୁ ନିଷ୍କାସିତ ହୋଇଗଲା ସେତେବେଳେ ଭୃଗୁମୁନି ଏହି ସ୍ଥାନରେ ବାବା ଅମରନାଥଙ୍କୁ ପ୍ରଥମେ ଦର୍ଶନ କରିଥିଲେ।

ଅାଉ ତାପରେ ଅମରନାଥଙ୍କ ମହିମା ବିଷୟ ଜନ ସାଧାରଣ ଜାଣିବାକୁ ପାଇଥିଲେ । ସେହିପରି ୧୬୬୩ ମସିହାରେ ମୋଗଲ ଶାସକ ଅଔରଗଂଜେବଙ୍କ ସହ ଜଣେ ଫରାସୀ ଡାକ୍ତର କାଶ୍ମୀର ଅାସିଥିଲେ । ଅାଉ ସେ ତାଙ୍କର ପୁସ୍ତକ ଟ୍ରାଭେଲ ଇନ ମୋଗଲ ଏମ୍ପାୟାରରେ ସ୍ପଷ୍ଟ ଭାବେ ବାବା ଅମର ନାଥଙ୍କର ଉଲେ୍ଲଖ କରିଛନ୍ତି । ତେଣୁ ଏହି ବାବା ଅମରନାଥଙ୍କ ବରଫ ଶିବଲିଙ୍ଗ  ଖୁବ ପୁରୁଣା  ।

ଭଗବାନ ଶିବଙ୍କର ଏହି ଅମରନାଥ ଶିବଲିଙ୍ଗକୁ ନେଇ ଅନେକ ଶ୍ରଦ୍ଧାଳୁମାନେ ତାଙ୍କର ଚମତ୍କାରୀ ଅନୁଭୂତିକୁ ବର୍ଣ୍ଣନା କରିଥିବାର ଦେଖାଯାଇଥାଏ ।ଏହି ଶିବଲିଙ୍ଗକୁ ନେଇ ଅନେକ ଅଲୌକିକତା ଶୁଣିବାକୁ ମିଳେ କୁହାଯାଏ ଯେ ଶିବଲିଙ୍ଗ ଦର୍ଶନ ସମୟରେ ଚନ୍ଦ୍ରଙ୍କ ଗତି ଅନୁସାରେ ଶିବଲିଙ୍ଗର ଅାକାରରେ ପରିବର୍ତ୍ତନ ହୋଇଥାଏ ।

ଏବଂ ଅାହୁରି ମଧ୍ୟ କୁହାଯାଏ ଯେ ଦେବଦେବ ମହାଦେବ ଏହି ସ୍ଥାନରେ ନିଜର ଶରୀରର ସମସ୍ତ ଅାଭୁଷଣ ଯଥା ଚନ୍ଦ୍ର,ସର୍ପ ଇତ୍ୟାଦିଙ୍କୁ ଏହି ସ୍ଥାନରେ ଛାଡ଼ି ଅମର ନାଥ ଗୁମ୍ଫାରେ ମାତା ପାର୍ବତୀଙ୍କ ସହ ଅବସ୍ଥାନ କରିଥିଲେ ।ଅାଉ ବର୍ଷବର୍ଷ ଧରି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଏହି ଠାରେ ଦର୍ଶନ ଦେଉଛନ୍ତି ।

Leave A Reply

Your email address will not be published.