Latest Odisha News

BREAKING NEWS

ବିଲରୁ ସନ୍ଦିଗ୍ଧ ଅବସ୍ଥାରେ ୩ ନାବାଳିକା ଉଦ୍ଧାର, ୨ ମୃତ, ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

କାନପୁର: ପୁଣି ଉତ୍ତରପ୍ରଦେଶ ଉନ୍ନାଓରେ ଦଳିତ ନାବାଳିକାଙ୍କ ମୃତ୍ୟୁ । ବୁଧବାର ଉନ୍ନାଓର ଅସୋହାର ଚାଷ ଜମିରୁ ୩ ଜଣ ନାବାଳିକା ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ସେଥି ମଧ୍ୟରୁ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଜଣଙ୍କ ଟିକିତ୍ସା କାନପୁର ରିଜେନ୍ସି ମେଡିକାଲରେ ଚାଲିଛି । ଅବସ୍ଥା ସଂକଟାପନ୍ନ ଥିବାରୁ ନାବାଳିକାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ପାଇଁ ଭୀମ ଆର୍ମି ଦାବି କରିଛି ।

ଅସୋହା ଥାନା ବବରୁହା ଗାଁର ତିନି ନାବାଳାକା ଚାଷ ଜମିରେ ବେହୋସ୍ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଘଟଣାସ୍ଥଳରେ ବହୁତ ଫେଣ ପଡ଼ିଛି । ବିଷ କ୍ରିୟା କାରଣରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସଂକଟାପନ୍ନ ଥିବା ନାବାଳିକାଙ୍କ ଚେତା ଆସିନାହିଁ ।

ସଂକଟାପନ୍ନ ଥିବା ନାବାଳିକାଙ୍କ ମାଆ କହିଛନ୍ତି- ଝିଅର ହାତଗୋଡ଼ ବନ୍ଧା ଯାଇ ନଥିଲା । ପିନ୍ଧିଥିବା ଡ୍ରେସ୍ ବି ଠିକ୍ ଥିଲା । ମୁହଁରୁ ଫେଣ ବାହାରୁଥିଲା । ଝିଅକୁ ବିଲରୁ ସିଧା ମେଡିକାଲ ଅଣାଯାଇଥିବା ସେ କହିଛନ୍ତି । ତେବେ, ୨ ନାବାଳିକାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.