Latest Odisha News

BREAKING NEWS

ଆସନ୍ତାକାଲି ମାଘ ସପ୍ତମୀ; ମେଳା ସ୍ଥଳରେ ଲାଗୁ ହେଲା ୧୪୪ ଧାରା

କୋଣାର୍କ: ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ। ଏହି ଦିନ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ରୁଣ୍ଡ ହୁଅନ୍ତି ଲକ୍ଷ ଲକ୍ଷ ଲୋକ। ମାତ୍ର ଚଳିତ ଥର ମାଘ ସପ୍ତମୀର ବୁଡ଼ ଉପରେ ରୋକ ଲଗାଇଲା ପ୍ରଶାସନ । ତେବେ ଏଥର ଚନ୍ଦ୍ରଭାଗାରେ ବୁଡ଼ ପକାଇ ପାରିବେନି ଭକ୍ତ । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ ଆଜିଠାରୁ ୧୪୪ ଧାରା ଜାରି ହୋଇଛି ।

କରୋନା କଟକଣାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗାଇଡ଼ଲାଇନ ଅନୁଯାୟୀ ଚାଳିତଥର ମାଘ ସପ୍ତମୀ ବୁଡରେ ସେବାୟତ ଓ ପୁଲିସ ପ୍ରଶାସନକୁ ମିଶାଇ ମୋଟ ୫୦୦ ଜଣ ସାମିଲ ହୋଇପାରିବେ। ମାଘ ସପ୍ତମୀର ସମସ୍ତ ରୀତିନୀତି ସରିବା ପରେ ଠାକୁରଙ୍କ ବୁଡ ନୀତି କରାଯିବ ।

Leave A Reply

Your email address will not be published.