Latest Odisha News

BREAKING NEWS

[ଭିଡିଓ] ବିଧାନସଭା ଅଧିବେସନରେ ଅଖିଳେଶଙ୍କ ସହ ହାତ ମିଶାଇଲେ ଯୋଗୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ସୋମବାର ବିଧାନସଭା ଅଧିବେସନ ଆରମ୍ଭ ହୋଇଛି ।ଏହି ଅଧିବେସନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦତ୍ୟନାଥ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସହ ହାତ ମିଳାଉଥିବା ନଜର ଆସିଛନ୍ତି । ଯୋଗୀ ଅଖିଳେଶଙ୍କ କାନ୍ଧରେ ହାତ ପକାଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି ।

ବିଧାନସଭାରେ ଆଜି ଶପଥ ଗ୍ରହଣ ଉତ୍ସବ ଚାଲିଥିବା ବେଳେ ଅଖିଳେଶ ଯାଦବ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ବିଧାନସଭା ନିର୍ବାଚନ ପରେ ଦୁଇ ନେତାଙ୍କ ଏହା ପ୍ରଥମ ମିଳନ ଥିଲା । ଏହି ଶପଥ ଗ୍ରହଣ ଉତ୍ସବକୁ ଯୋଗୀ ଯିବା ସମୟରେ ଅଖିଳେଶଙ୍କୁ ଦେଖି ହସିବା ସହ ଅଖିଳେଶଙ୍କ କାନ୍ଧ ଉପରେ ହାତ ରଖି ଯୋଗୀ ଚାଲିଯାଇଥିଲା ।

ସୂଚନା ଅନୁସାରେ ବିଜେପି ୟୁପି ବିଧାନସଭା ନିର୍ବାଚନରେ ୨୭୩ ସିଟ ହାସଲ କରି ଭଲ ପ୍ରଦର୍ଶନ କରି ଦ୍ୱିତୀୟ ଥର ପାଇଁ ସରକାର ବନାଇଛି ।ହେଲେ ସମାଜବାଦୀ ପାର୍ଟି ୧୨୫ ଆସନ ହାତେଇ ମନ ବୁଝେଇଛି ।

Leave A Reply

Your email address will not be published.