Latest Odisha News

BREAKING NEWS

ଟିକସ ପୈଠ କରିବା ହେଲା ସହଜ; ବ୍ୟାସନଗର ପୌରାଞ୍ଚଳରେ କାର୍ଯ୍ୟକାରୀ ହେଲା ଓଡ଼ିଶା ଇ-ମୁନିସିପାଲିଟି ସର୍ଭିସେସ

ଯାଜପୁର : ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳରେ କାର୍ଯ୍ୟକାରୀ ହୋଇଛି ଓଡ଼ିଶା ଇ-ମୁନିସିପାଲିଟି ସର୍ଭିସେସ । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଏବେଠୁ ଅନଲାଇନ ଜରିଆରେ ଲୋକେ ବିଭିନ୍ନ ଟ୍ୟାକ୍ସ ପୈଠ କରିବା ସହ ଜନ୍ମ, ମୃତ୍ୟୁ ଓ ବିବାହ ସାର୍ଟିଫିକେଟ୍ ପାଇଁ ଆବେଦନ ମଧ୍ୟ କରିପାରିବେ। ପୂର୍ବରୁ ଏହି ସବୁ କାର୍ଯ୍ୟ ଅଫଲାଇନ ରେ କରାଯାଉଥିଲା।

ଫଳରେ ପୌରପରିଷଦ କାର୍ଯ୍ୟାଳୟରେ ଭିଡ ଜମିବା ସହ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେବେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଅନଲାଇନ ସେବା ଯୋଗୁଁ ଟ୍ୟାକ୍ସ ପୈଠ ବା ବିଭିନ୍ନ ସାର୍ଟିଫିକେଟ୍ ଆବେଦନ ପାଇଁ ଲୋକଙ୍କୁ ଆଉ ମୁନିସିପାଲିଟି ଅଫିସ୍ କୁ ଆସିବାକୁ ପାଡିବ ନାହିଁ ।

ଲୋକେ ଘରେ ରହି ଅନଲାଇନ ମାଧ୍ୟମରେ ଏହି ସବୁ କାର୍ଯ୍ୟ କରିପାରିବେ। ସରକାର ଜାରି କରିଥିବା ୱେବସାଇଟ www.ulbodisha.gov.in କୁ ଯାଇ ଟ୍ୟାକ୍ସ ପୈଠ ଓ ବିଭିନ୍ନ ସାର୍ଟିଫିକେଟ୍ ଆବେଦନ କରିପାରିବେ। ତେବେ ଅନଲାଇନ ମାଧ୍ୟମରେ ଏହି ସବୁ ବ୍ୟବସ୍ଥା କରାଯାଇଥିବାରୁ ପୌରାଞ୍ଚଳ ବାସିନ୍ଦା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.