Latest Odisha News

BREAKING NEWS

ହାଥରାସ ଘଟଣା: ଅଧରାତିରେ କାହାର ହୋଇଥିଲା ଶବସତ୍କାର? ଅସ୍ଥିର DNA ପରୀକ୍ଷା ପାଇଁ ଦାବି କଲା ପରିବାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରାସ ଗଣଦୁଷ୍କର୍ମ ଘଟଣାରେ ଦିନକୁ ଦିନ ନୂଆ ମୋଡା ସାମ୍ନାକୁ ଆସୁଛି । ଏବେ ପୀଡିତାଙ୍କ ପରିବାର ଲୋକେ ପୋଲିସ ଅଧରାତିରେ ଶବସତ୍କାର କରିଥିବା ଅସ୍ଥିର ଡିଏନ୍‌ଏ ପରୀକ୍ଷା ପାଇଁ ଦାବି କରିଛନ୍ତି ।

ରାତିଅଧରେ ପୋଲିସ କାହାର ଅନ୍ତିମ ସଂସ୍କାର କରିଥିଲା । ସେ ମୋ ଝିଅ ନା ଆଉ କିଏ ଥିଲା । ଏ ସବୁ ପ୍ରଶ୍ନର ଉତ୍ତର ପାଇଁ ପରିବାର ଲୋକେ ଡିଏନ୍ ପରୀକ୍ଷା କରିବାକୁ ଦାବି କରିଛନ୍ତି । ଝିଅର ଅସ୍ଥିକୁ ଡିଏନ୍‌ଏ ପରୀକ୍ଷା ପାଇଁ ପଠାଇବା ଲାଗି ସେ କହିଛନ୍ତି ।

ସେପଟେ ଏହି ମାମଲାର ଅନୁସନ୍ଧାନ କରୁଥିବା ଏସଆଇଟି ଟିମ୍ ଆଜି ପୁନର୍ବାର ହାଥରାସରେ ଥିବା ପୀଡିତାଙ୍କ ଗାଁକୁ ଯିବ ବୋଲି ଜଣାପଡ଼ିଛି। ଏଠାରେ ଏସଆଇଟି ଟିମ୍ ପୀଡ଼ିତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ।

ଅନ୍ୟପଟେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ସିବିଆଇ ତଦନ୍ତ ସୁପାରିଶ କରିଛନ୍ତି । କିନ୍ତୁ ପୀଡ଼ିତାଙ୍କ ପରିବାର ଏହି ମାମଲାର ନ୍ୟାୟିକ ତଦନ୍ତ ଚାହୁଁଛନ୍ତି। ପୀଡ଼ିତାଙ୍କ ପରିବାର କହିଛନ୍ତି ଯେ, ସେମାନେ ସୁପ୍ରିମକୋର୍ଟର ବିଚାରପତିଙ୍କଠାରୁ ଏହି ମାମଲାର ତଦନ୍ତ ଚାହୁଁଛନ୍ତି।

 

Comments are closed.