ଲକ୍ଷେ୍ନø: ଉତ୍ତରପ୍ରଦେଶର ହାପୁର ସ୍ଥିତ ଚାମରୀ ଗ୍ରାମରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ବିଜୁଳି ବିଭାଗ ପ୍ରାୟ ୧୨୮ କୋଟି ଟଙ୍କାର ବିଜୁଳି ବିଲ୍ ପ୍ରଦାନ କରିଛି । ଅପରପକ୍ଷରେ ବ୍ୟକ୍ତି ଜଣକ ବିଲ୍ ଦେୟ ପଇଠ ନକରିବାରୁ ବିଭାଗ ପକ୍ଷରୁ ତାଙ୍କ ଘରର ବିଜୁଳି ମଧ୍ୟ କାଟ୍ କରିଛି ।
ଦିଲ୍ଲୀଠାରୁ ମାତ୍ର ୮୦ କିମି. ଦୂରରେ ଥିବା ହାପୁର ଗ୍ରାମର ବାସିନ୍ଦା ହେଉଛନ୍ତି ଶମିମ । ଶମିମଙ୍କ ଘରକୁ ହଠାତ୍ ଏତେ ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଥିବାରୁ ତାଙ୍କ ପରିବାର ଉପରେ ଏକପ୍ରକାର ଚଡକ ପଡିଛି ।
ଏଏନଆଇ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ବିଦ୍ୟୁତ୍ ବିଭାଗ ଯାଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିବାବେଳେ ବକେୟା ବିଲ୍ ପଇଠ କଲା ପରେ ପୁନର୍ବାର ବିଜୁଳି ସଂଯୋଗ କରାଯିବ ବୋଲି କହିଥିଲେ ।
ଆହୁରି ମଧ୍ୟ ଘରେ କେବଳ ପଙ୍ଖା ସହିତ ବଲ୍ ବ୍ୟବହାର କରୁଥିବାବେଳେ ବିଜୁଳି ବିଲ୍ ବଦଳରେ ୧୨୮,୪୫,୯୫,୪୪୪ ଟଙ୍କା ଅର୍ଥରାଶି ଆସିଛି । ଆଗରୁ ମାସିକ ବିଲ୍ ୭୦୦ରୁ ୮୦୦ ପାଖାପାଖି ଟଙ୍କା ଆସୁଥିବାବେଳେ ଏତେ ବିଲ୍ କିପରି ଆସିଲା ବୋଲି ଶମିମ ପ୍ରଶ୍ନ କରିଛନ୍ତି ।
ଏମିତି ଲାଗୁଛି ଯେ, ଚଳିତ ଥର ବିଜୁଳି ବିଭାଗ ସମ୍ପୂର୍ଣ୍ଣ ହାପୁର ଗ୍ରାମର ବିଦ୍ୟୁତ୍ ବିଲ୍ ମୋତେ ଧରାଇ ଦେଇଥିବା ବୋଲି ସେ କହିଛନ୍ତି ।
ଏନେଇ ବିଜୁଳି ବିଭାଗର ଇଞ୍ଜିନିୟର୍ ରାମ ଶରନ୍ କହିଛନ୍ତି, ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଘଟିଥାଇପାରେ। ତେବେ ଏଭଳି ବିଲ୍ ଯଦି ଆସିଥାଏ, ସେନେଇ ଅଭିଯୋଗ ହେଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଏନଆଇ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ।
Comments are closed.