Latest Odisha News

UPSC ସିଭିଲ ସର୍ଭିସେସ୍ ପ୍ରିଲିମସ୍ ୨୦୨୦: ସ୍ଥଗିତାଦେଶ ଆବେଦନକୁ ଖାରଜ କଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୟୁପିଏସସି ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୦କୁ ସ୍ଥଗିତ ରଖିବାକୁ କରାଯାଇଥିବା ଆବେଦନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ପରୀକ୍ଷା ଅକ୍ଟୋବର ୦୪ ରେ ହେବ।

ସର୍ବୋଚ୍ଚ ଅଦାଲତ, ଶେଷଥର ଆଶାୟୀଙ୍କୁ ଧ୍ୟାନରେ ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଉପ-କେନ୍ଦ୍ର ନିକଟସ୍ଥ ସ୍ଥାନୀୟ ହୋଟେଲରେ ଆଡମିଟ୍ କାର୍ଡ ଥିବା ପ୍ରାର୍ଥୀମାନେ ରହିବା ପାଇଁ ବ୍ୟବସ୍ଥା କରାଯିବ । ଏହା ଉପରେ ରାଜ୍ୟ ସରକାରଙ୍କୁ ଧ୍ୟାନ ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ ।

ଅନେକ ସିଭିଲ ସର୍ଭିସ ଆଶାୟୀ ଏକ ପିଟିସନ ଦାଖଲ କରିଥିଲେ ଯାହା ଜଷ୍ଟିସ ଏମ ଖାନୱିଲକରଙ୍କ ନେତୃତ୍ୱରେ ବିଚାରପତିଙ୍କ ଏକ ବେଞ୍ଚ ଶୁଣାଣି କରିଥିଲା ।

ସୋମବାର, ୟୁପିଏସସି ଶୀର୍ଷ ଅଦାଲତଙ୍କୁ କହିଛି ଯେ ସିଭିଲ ସର୍ଭିସେସ୍ ପ୍ରାଥମିକ ୨୦୨୦ ପରୀକ୍ଷାକୁ ସ୍ଥଗିତ ରଖିବା ସମ୍ଭବ ନୁହେଁ କାରଣ ସମସ୍ତ ବ୍ୟବସ୍ଥା ହୋଇସାରିଛି ।

ଦେଶର ୭୨ଟି ସହରର ବିଭିନ୍ନ କେନ୍ଦ୍ରରେ ସିଭିଲ ସର୍ଭିସ ପ୍ରିଲିମସ୍ ୨୦୨୦ ପାଇଁ ପ୍ରାୟ ୬ ଲକ୍ଷ ପ୍ରାର୍ଥୀ ହାଜର ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.