Latest Odisha News

BREAKING NEWS

ସମ୍ବଲପୁର, ରାଉରକେଲା ଓ ପୁରୀରେ ଖୁବଶୀଘ୍ର ହେବ ପୌର ନିର୍ବାଚନ: ମନ୍ତ୍ରୀ

ଭୁବନେଶ୍ୱର: ପୁଣି ହେବ ପୌର ନିର୍ବାଚନ । ଏନେଇ ବଡ଼ ସୂଚନା ଦେଇଛନ୍ତି ମୋହନ ସରକାର । ସମ୍ବଲପୁର, ରାଉରକେଲା ଓ ପୁରୀରେ ପୁଣି ହେବ ପୌର ନିର୍ବାଚନ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

ହାଇକୋର୍ଟଙ୍କ ଶୁଣାଣି ପରେ ହେବ ର୍ନିବାଚନ ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ମନ୍ତ୍ରୀ କହିଛନ୍ତି, ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି । ସମ୍ବଲପୁର, ରାଉରକେଲା ଏବଂ ପୁରୀରେ ପୌର ନିର୍ବାଚନ ଦୀର୍ଘ ବର୍ଷ ହେଲା ବନ୍ଦ ରହିଛି । ବିଜେଡି ସରକାରଙ୍କ ଅମଳରେ ପୌର ନିର୍ବାଚନ ବର୍ଷ ବର୍ଷ ଧରି ବନ୍ଦ ରହିଥିଲା ।

ତେବେ ହାଇକୋର୍ଟରେ ଏହି ମାମଲା ବିଚାରାଧିନ ରହିଛି । ସରକାରଙ୍କ ଓକିଲ ମଧ୍ୟ ଲଢ଼ୁଛନ୍ତି । ବିଚାରପତିଙ୍କ ରାୟ ଆସିବା ପରେ ସରକାର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.