Latest Odisha News

BREAKING NEWS

ଅମରନାଥ ଯାତ୍ରା ପାଇଁ ଆସିଲା ତାରିଖ, ଏହି ଦିନଠୁ ଆରମ୍ଭ…

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ପାଇଁ ଘୋଷଣା ହେଲା ତାରିଖ । ଅମରନାଥ ଯାତ୍ରା ଜୁଲାଇ ୩ ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ୩୯ ଦିନ ଧରି ଚାଲିବ । ପଞ୍ଜୀକରଣ ଉଭୟ ଅନଲାଇନ୍ ଏବଂ ଅଫ୍ଲାଇନ୍ ମାଧ୍ୟମରେ ହେବ । ଯାତ୍ରା ସମୟରେ ସରକାରଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଶ୍ରୀମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ପ୍ରତିବର୍ଷ ଅମରନାଥ ଯାତ୍ରା ୪୫ ରୁ ୬୦ ଦିନ ପର୍ଯ୍ୟନ୍ତ ଚାଲିଥାଏ । ହେଲେ ଚଳିତ ବର୍ଷ ଏହାର ଅବଧି କମ କରିଦିଆଯାଇଛି । ଏଥର ଅମରନାଥ ଯାତ୍ରା କେବଳ ୩୮ ଦିନ ପାଇଁ ଚାଲିବ । ଏହି ଯାତ୍ରା ରକ୍ଷାବନ୍ଧନ ଦିନ ସମାପ୍ତ ହେବ । ଅମରନାଥ ଯାତ୍ରା ସମ୍ପର୍କରେ ଟ୍ରଷ୍ଟ ଏବଂ ସରକାରଙ୍କ ପକ୍ଷରୁ ଭକ୍ତମାନଙ୍କ ଖାଦ୍ୟ, ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବା ନେଇ ସୂଚନା ରହିଛି ।

ଅମରନାଥ ଶ୍ରାଇନ୍ ବୋର୍ଡର ଅଧ୍ୟକ୍ଷ ଏବଂ ଜମ୍ମୁ-କଶ୍ମୀରର ଏଲଜି ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଜମ୍ମୁ-କଶ୍ମୀରର ଡିଜିପି ନଳିନ ପ୍ରଭାତ, ମୁଖ୍ୟ ସଚିବ ଅଟଳ ଧୁଲୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ ।

Comments are closed.