Latest Odisha News

ଶାହି ସ୍ନାନ’ରୁ ହଟିବ କି ଶାହି ଶବ୍ଦ; ଜାଣନ୍ତୁ କଣ ରହିଛି ସାଧୁସନ୍ଥଙ୍କ ଦାବି…

ଭୋପାଳ: ମଧ୍ୟପ୍ରଦେଶର ଉଜୈନରେ ପ୍ରତି ୧୨ବର୍ଷରେ ଥରେ ମହାକୁମ୍ବ ଅନୁଷ୍ଠିତ ହୁଏ। ଏଥର ମହାକୁମ୍ଭ ୨୦୨୮ମସିହାରେ ଉଜୈନର କ୍ଷିପ୍ରା ତଟରେ ଅନୁଷ୍ଠିତ ହେବାକୁ ଯାଉଛି। ମହାକୁମ୍ଭ ପାଇଁ ପ୍ରସ୍ତୁତି ମଧ୍ୟରେ ସାଧୁସନ୍ଥମାନେ ‘ଶାହି ସ୍ନାନ’ ଶବ୍ଦ ଉପରେ ଆପତ୍ତି ଉଠାଇ ନାମ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି।

କେତେକ ସାଧୁ କହିଛନ୍ତି ଯେ ଏହି ଶବ୍ଦ ଇସଲାମିକ ହେବା ସହ ଭାରତ ଉପରେ ମୋଗଲ ସାମ୍ରାଜ୍ୟର ପ୍ରଭାବକୁ ମନେ ପକାଇଥାଏ। ତେଣୁ ଏହି ଶବ୍ଦକୁ ତୁରନ୍ତ ହଟାଇବା ଉଚିତ୍। ଆଖଡା ପରିଷଦର ଅଧ୍ଯକ୍ଷ ରବିନ୍ଦ୍ର ପୁରୀ ମହାରାଜ କହିଛନ୍ତି ଯେ ୧୩ଟି ଆଖଡା ପରିଷଦଙ୍କ ସହ ଏ ବାବଦରେ ଆଲୋଚନା କରାଯିବ। ଯାହାପରେ ନାମ ପରିବର୍ତ୍ତନ ପାଇଁ ଏକ ରୂପରେଖ ପ୍ରସ୍ତୁତ କରାଯିବ।

ଉଜୈନରେ ମହାକାଳଙ୍କ ‘ଶାହି’ ସବାରିକୁ ନେଇ ମଧ୍ୟ ସମାନ ବିବାଦ ଉପୁଜିଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଶାହି ସବାରୀ ନାମକୁ ପରିବର୍ତ୍ତନ କରି ‘ରାଜଶୀ ସବାରୀ’ କରିଥିଲେ। ଏହା ପରେ ବର୍ତ୍ତମାନ ସାଧୁସନ୍ଥମାନେ ଉଜୈନରେ ଅନୁଷ୍ଠିତ ହେବାକୁ ଥିବା ସିଂହସ୍ତ କୁମ୍ଭରେ ‘ଶାହି ସ୍ନାନ’ର ନାମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ସମସ୍ତ ମହାମଣ୍ଡଲେଶ୍ୱରଙ୍କ ସହ ଆଲୋଚନା ପରେ ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବଙ୍କ ନିକଟରେ ପ୍ରସ୍ତାବ ରଖାଯିବ ବୋଲି ଆଖଡା ପରିଷଦ କହିଛନ୍ତି।

ତେବେ ମହାକୁମ୍ବରେ ଶାହି ସ୍ନାନଙ୍କୁ ଅମୃତ ସ୍ନାନ କିମ୍ବା ଦିବ୍ୟ ସ୍ନାନ ନାମରେ ପରିବର୍ତ୍ତନ କରାଯାଇପାରେ।

Comments are closed.