Latest Odisha News

BREAKING NEWS

ଚୋରି କରି ଚର୍ଚ୍ଚାରେ; ଉର୍ବଶୀ ରୌତେଲା !

ମୁମ୍ବାଇ: ଫିଲ୍ମରେ ହଟ୍ ସିନ୍ ଛଡା ସୋସିଆଲ୍ ମିଡିଆରେ ନିଜ ପୋଷ୍ଟ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଉର୍ବଶୀ ରୌତେଲା । ନିକଟରେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ପାଇଁ ସେ ବିବାଦରେ ଫସିଛନ୍ତି ।

ଓଟିଟି ପ୍ଲାଟ୍‌ଫର୍ମ ଆମାଜନ୍‌ରେ ରିଲିଜ୍ ହୋଇଛି ଓସ୍କାର୍ ବିଜେତା ଫିଲ୍ମ ପାରାସାଇଟ୍ । ଏହି ଫିଲ୍ମକୁ ନେଇ ଉର୍ବଶୀ ଏକ ରିଭ୍ୟୁ ଟୁଇଟ୍ କରିଥିଲେ ।  ତେବେ ଉର୍ବଶୀଙ୍କ ଟୁଇଟ୍ ସାମ୍ନାକୁ ଆସିବା ମାତ୍ରେ ଆମେରିକୀୟ ରାଇଟର୍ ଜେ.ପି ବ୍ରାମର୍ ତାଙ୍କ ବିରୋଧରେ ଆଣିଥିଲେ ଟୁଇଟ୍ ଚୋରି ଅଭିଯୋଗ ।

ଫିଲ୍ମର ରିଭ୍ୟୁ ଦେବା ଚକ୍କରରେ ଉର୍ବଶୀ ଜେ.ପି ବ୍ରାମର୍‌ଙ୍କ ପୋଷ୍ଟକୁ କପି କରି ଟୁଇଟ୍ କରିଥିଲେ । ଯାହା ପରେ ଜେ.ପି ବ୍ରାମର ତାଙ୍କୁ କେତେବେଳେ ଚୋର ତ ପୁଣି କେତେବେଳେ ଭାରତର ଡି ଗ୍ରେଡ୍ ଅଭିନେତ୍ରୀ କହିଥିଲେ । ଏପରିକି ପୋଷ୍ଟ କପି କରିବା ପୂର୍ବରୁ ବ୍ୟାକରଣ ଠିକ୍ କରିନେବାକୁ କହି ତାଙ୍କୁ ଲଗାତାର ଟ୍ରୋଲ୍ କରିଥିଲେ ।

ତେବେ ଉର୍ବଶୀଙ୍କ ଏହି କାରନାମା ପ୍ରଥମ ନୁହଁ ୨୦୧୮ରେ ସୁପର୍ ମଡେଲ୍‌ ଗିଗିି ହଦିଦ୍‌ଙ୍କ ଟୁଇଟ୍କୁ ସେ ସିଧାସଳଖ କପି କରି ଇନ୍‌ଷ୍ଟାଗ୍ରାମ୍ ରେ ପୋଷ୍ଟ କରିଥିଲେ ।

ଚଳିତବର୍ଷ ସବାନା ଆଜମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟ୍‌କୁ କପି କରି ଉର୍ବଶୀ ସୋସିଆଲ୍ ମିଡିଆରେ ଖୁବ ଟ୍ରୋଲିଂର ଶିକାର ହୋଇଥିଲେ ।

Leave A Reply

Your email address will not be published.