Latest Odisha News

BREAKING NEWS

ଆମେରିକା ୟୁରୋପରେ ୨୦୦ ପରମାଣୁ ଅସ୍ତ୍ର ଲୁଚାଇ ରଖିଛି !

ମସ୍କୋ: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ରବିବାର ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଆମେରିକା ୟୁରୋପରେ ୨୦୦ ପରମାଣୁ ଅସ୍ତ୍ର ବିଭିନ୍ନ ସ୍ଥାନରେ ଲୁଚାଇ ରଖିଛି । ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶଙ୍କେଙ୍କ ସହ ଆଲୋଚନା ବେଳେ ସେ ଏହି କଥା କହିଥିଲେ । ଏହି ଅସ୍ତ୍ରର ବ୍ୟବହାର ପାଇଁ ୨୫୭ ବିମାନ ମଧ୍ୟ ରହିଛି । ଅପରପକ୍ଷରେ ରୁଷ ପାଖରେ ଏ ଭଳି କୌଣସି ମିଲିଟ୍ରି ବେସ ନାହିଁ ଯେଉଁଠାରେ ପରମାଣୁ ଅସ୍ତ୍ର ଲୁଚାଇ ରଖିହେବ ।

ଫେଡେରେଶନ ଅଫ ଆମେରିକାନ ସାଇଂଟିଷ୍ଟର ନ୍ୟୁକ୍ଲିୟର ଇନଫର୍ମମେଶନ ପ୍ରୋଜେକ୍ଟ ଡାଇରେକ୍ଟର ହେନ୍ସ କ୍ରିଷ୍ଟେନସନ କହିଛନ୍ତି ରୁଷ ଏକ ଆନୁମାନିକ ଆକଳନ କରିଛି । ଆମେ ୫ ଦେଶରେ ୧୦୦ ପରମାଣୁ ବମ ରଖିଛୁ । ଆଉ ଏଥିପାଇଁ ୧୦୦ ଜାହଜର ବ୍ୟବହାର କରିଛୁ । ରୁଷ ୨୫୬୫ ଷ୍ଟ୍ରେଟେଜିକ ଓ ୧୯୧୨ ନନ ଷ୍ଟ୍ରେଜିକ ବମ ରଖିଛି ବୋଲି ଆମେରିକା କହିଛି । ମାତ୍ର କେତେ ମିନିଟ ମଧ୍ୟରେ ଆମେରିକା ଉପରେ ରୁଷ ଆକ୍ରମଣ କରିପାରିବ, ଆମେ କିନ୍ତୁ ଏଥିନେଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ ବୋଲି ହେନ୍ସ କହିଛନ୍ତି ।

Leave A Reply

Your email address will not be published.