Latest Odisha News

BREAKING NEWS

ଭାରତୀୟ ନୌସେନାକୁ ଆମେରିକା ହସ୍ତାନ୍ତର କଲା ୨ଟି ଏମଏଚ-୬୦ଆର ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ଆଜି ଆମେରିକା ୨ଟି ଏମଏଚ-୬୦ଆର ହେଲିକପ୍ଟର ହସ୍ତାନ୍ତର କରିଛି । ଏହା ଦ୍ୱାରା ଭାରତୀୟ ନୌସେନା ପୂର୍ବାପେକ୍ଷା ଆହୁରି ଶକ୍ତିଶାଳୀ ହୋଇଛି । ଲକହିଡ ମାର୍ଟିନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ହେଲିକପ୍ଟରରୁ ଭାରତ ୨୪ଟି କିଣିବ ବୋଲି ଚୁକ୍ତି କରିଛି । ଆମେରିକାରେ ଅବସ୍ଥାପିତ ଭାରତୀୟ ରାଜଦୂତ ତରଣଜିତ ସିଂଙ୍କ ଉପସ୍ଥିତିରେ ଡିଏଗୋର ନାଭାଲ ଏୟାର ଷ୍ଟେସନ ନର୍ଥ ଆଇଜଲ୍ୟାଣ୍ଡରେ ଆମେରିକା ଏହାକୁ ହସ୍ତାନ୍ତର କରିଥିଲା । ହେଲିକପ୍ଟର ଚଳାଇବା ପାଇଁ ଭାରତୀୟ ପାଇଲଟମାନେ ଆମେରିକାରେ ପ୍ରଶିକ୍ଷଣ ନେବେ । ପାଣି ଭିତରେ ଶତ୍ରୁର ଚକ୍ରବ୍ୟୁହକୁ ଏହା ଭେଦ କରିପାରିବ ।

Leave A Reply

Your email address will not be published.