Latest Odisha News

BREAKING NEWS

ଟେକ୍ସାସର ଜଣେ ରୋଗୀଙ୍କ ନିକଟରେ ମଙ୍କିପୋକ୍ସ ଭାଇରସ ଚିହ୍ନଟ

ୱାଶିଂଟନ: କରୋନା ମହାମାରୀ ଏ ପର୍ଯ୍ୟନ୍ତ ଥମି ନ ଥିବା ବେଳେ ଆମେରିକାରେ ଆଉ ଏକ ନୂତନ ପ୍ରକାର ଭାଇରସ ଚିହ୍ନଟ ହୋଇଛି । ଟେକ୍ସାସର ଜଣେ ରୋଗୀଙ୍କ ନିକଟରେ ମଙ୍କିପୋପ୍ସ ଭାଇରସ ଦେଖିବାକୁ ମିଳିଛି । ଏହା ଶରୀରରେ ବଡ ବଡ ଫୋଟକା ସୃଷ୍ଟି କରିବା ସହ ଗ୍ରନ୍ଥି ଫୁଲିବା ଦେଖିବାକୁ ମିଳିଛି । ବ୍ୟକ୍ତି ଜଣଙ୍କ ନାଇଜେରିଆରୁ ଆସିବା ପରେ ତାଙ୍କଠାରେ ଏହି ସଂକ୍ରମଣ ଦେଖିବାକୁ ମିଳିଛି ।

ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର ଅନୁସାରେ ଏହି ରୋଗ ଶ୍ୱାସକ୍ରିୟା ଦ୍ୱାରା ବ୍ୟାପିଥାଏ । ରୋଗୀ ସଂସ୍ପର୍ଶରେ ଏହି ଭାଇରସ ସଂକ୍ରମଣ କରିଥାଏ । ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ଯାଂଚ କରାଯାଉଛି ।

Leave A Reply

Your email address will not be published.