Latest Odisha News

BREAKING NEWS

ଜର୍ମାନୀରେ ଜଳପ୍ରଳୟ: ପ୍ରଳୟଙ୍କରୀ ବନ୍ୟାରେ ଶତାଧିକ ମୃତ, ଦେଖନ୍ତୁ ଫଟୋ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜର୍ମାନୀରେ ଜଳପ୍ରଳୟ । ଭୟଙ୍କର ବନ୍ୟା ପରିସ୍ଥିତିରେ ଜୁଝି ହେଉଛି ପଶ୍ଚିମ ୟୁରୋପ । ପ୍ରଳୟଙ୍କରୀ ବନ୍ୟା ଜର୍ମାନୀରେ ମହାବିପତ୍ତି ଆଣିଛି । ବୁଡ଼ିଛି ଘରଦ୍ୱାର, ରାସ୍ତାଘାଟ । ହଜାର ହଜାର ଘର ଭାଙ୍ଗିଛି । ଗାଡ଼ି ମୋଟର କୁଆଡ଼େ ଧୋଇ ନେଇଛି । ବର୍ତ୍ତମାନ ସୁଦ୍ଧା ଜର୍ମାନୀ ବନ୍ୟାରେ ୧୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି । ନିଖୋଜ ଅଛନ୍ତି ହଜାର ହଜାର ଲୋକ ।

ଜର୍ମାନୀରୁ ଆସୁଥିବା ବନ୍ୟା ବିଭୀଷିକାର ଚିତ୍ର ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ଜୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି । ରାସ୍ତାଘାଟ, ରେଳ ଲାଇନ ସବୁ ଏକାକାର । କେଉଁଠି କଣ ଥିଲା କିଛି ଜଣା ପଡୁନି । ବିସ୍ତୀର୍ଣ୍ଣ ଅଞ୍ଚଳ ଜଳାର୍ଣ୍ଣବ । ବହୁ ହସ୍ପିଟାଲ ଭିତରେ ପାଣି ପଶିଯାଇଛି । ବେଡ୍, ମେସିନ୍ ଓ ଯନ୍ତ୍ରପାତି ବନ୍ୟା ପାଣିରେ ଭସୁଛି ।

ଶହେ ବର୍ଷ ଭିତରେ ଏମିତି କେବେ ୟୁରୋପେ ବର୍ଷା ହୋଇ ନଥିଲା । ଏଭଳି ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ବି ଶହେ ବର୍ଷ ଭିତରେ କେହି କେବେ ଦେଖି ନଥିବା କହୁଛନ୍ତି । ନାହିଁ ନଥିବା କ୍ଷୟକ୍ଷତି ।

ଜର୍ମାନୀ, ବେଲଜିୟମ୍, ନେଦରଲ୍ୟାଣ୍ଡସରେ ବନ୍ୟା ବିଭୀଷିକା ଆଣିଛି । ଲୋକଙ୍କର ଘରଦ୍ୱାର ଭସାଇ ନେଇଛି ବିଭିନ୍ନ ନଦୀର ପାଣି । ହଜାର ହଜାର ନିଖୋଜଙ୍କ ପତ୍ତା ମିଳୁ ନଥିବା ବେଳେ ବନ୍ୟା ଲୋକଙ୍କୁ ବାସହରା କରି ଦେଇଛି ।

Leave A Reply

Your email address will not be published.