Latest Odisha News

BREAKING NEWS

ମୋଦିଙ୍କୁ ଟି-ସର୍ଟ ଉପହାର ଦେଲେ ବାଇଡେନ, ଲେଖାଥିଲା ସ୍ୱତନ୍ତ୍ର ବାର୍ତ୍ତା

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଜେ ବାଇଡେନ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବିଶେଷ ଟି-ସର୍ଟ ଉପହାର ଦେଇଛନ୍ତି । ଏହି ଟି ସର୍ଟ ଉପରେ ଏକ ବିଶେଷ ବାର୍ତ୍ତା ଲେଖା ଯାଇଛି । ଏଥିରେ ଉଲ୍ଲେଖ ରହିଛି, ଆମେରିକା ଓ ଭାରତ (AI) ହିଁ ଭବିଷ୍ୟତ ଅଟେ’  । ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ୟୁଏସ କଂଗ୍ରେସର ବୈଠକରେ କହିଥିଲେ, ଗତ କିଛି ବର୍ଷ ମଧ୍ୟରେ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବହୁତ ଉନ୍ନତି ହୋଇଛି । ଏଥିସହିତ ଅନ୍ୟ ଏକ ଏଆଇ ଅର୍ଥାତ ଆମେରିକା-ଇଣ୍ଡିଆ ମଧ୍ୟରେ ବି ଗୁରୁତ୍ୱପୂର୍ଣ୍ଣ ବିକାଶ ହୋଇଛି ।

ନାଲି ରଙ୍ଗର ଏହି ଟି ସର୍ଟ ଉପରେ ସିଲଭର ରଙ୍ଗରେ ଲେଖା ଯାଇଥିଲା ବାର୍ତ୍ତା । ବୈଠକରେ ବାଇଡେନ ମୋଦିଙ୍କୁ ଏହି ଟି-ସର୍ଟ ଦେଇଥିଲେ ଏବଂ ମୋଦି ଏହାକୁ ଖୋଲି ସମସ୍ତଙ୍କୁ ମଧ୍ୟ ଦେଖାଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଏହି ଗିଫ୍ଟ ଏବଂ ଏଥିରେ ଲେଖାଯାଇଥିବା କୋଟକୁ ସ୍ୱୀକାର କରବା ପାଇଁ ଟୁଇଟରର ସହାୟତା ନେଇଥିଲେ । ଟୁଇଟ କରି ଲେଖିଥିଲେ, ଏଆଇ ହେଉଛି ଭବିଷ୍ୟତ । ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହେଉ ବା ଆମେରିକ-ଭାରତ ହେଉ । ଆମେ ଯେତେବେଳେ ଏକାଠି ମିଶି କାମ କରୁ ସେତେବେଳେ ଆମର ଦେଶ ଏକାସାଥିରେ ମଜବୁତ ହୋଇଥାଏ । ଆମର ଗ୍ରହର ଉନ୍ନତି ହୋଇଥାଏ ।’

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଏଆଇ ସହିତ ବିଭିନ୍ନ ପ୍ରାଦ୍ୟୋଗିତ କ୍ଷେତ୍ରରେ ବିଚାର, ନିବେଶ ଏବଂ ନିର୍ମାଣ ଉପରେ ଆଲୋନଚା କରିଥିଲେ । ଫେଡେଏକ୍ସ, ମାଷ୍ଟରକାର୍ଡ, ଆବବ ପରି ପ୍ରମୁଖ ସଂଗଠନର ସିଇଓଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ ମୋଦି ।

 

Leave A Reply

Your email address will not be published.