Latest Odisha News

BREAKING NEWS

ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ

ଭୁବନେଶ୍ୱର: ୨୭ ବର୍ଷ ପରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର କୋର୍ଟ । ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।  ୧୯୯୫ରେ ଭୁବନେଶ୍ୱର ବାସଭବନରୁ ପତ୍ନୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ମାମଲାରେ ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।

୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଆଧାରରେ ଭୁବନେଶ୍ୱର ସ୍ପେଶାଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ଆସନ୍ତା ମଙ୍ଗଳବାର ଦଣ୍ଡ ବିଧାନ ଶୁଣାଣି ହେବ ।

ସୂଚନାଥାଉ କି, ୧୯୯୫ ଅଗଷ୍ଟ ମାସ ୨୯ତାରିଖ   ଗଣେଶ ପୂଜା ଦିନ ରାମ ମୂର୍ତ୍ତିଙ୍କ ପତ୍ନୀ  ଶଶିରେଖାଙ୍କର  ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ  ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଘରୁ ତାଙ୍କର ଅଧାପୋଡା ମୃତ ଦେହ ଉଦ୍ଧାର କରାଯାଇଥିଲା ।  ସେତେବେଳେ ସେ ଗର୍ଭବତୀ ଥିଲେ । ଏ ନେଇ ପ୍ରଥେମ ଏକ ୟୁଡି ମାମଲା ରୁଜୁ ହୋଇଥିଲା । କିନ୍ତୁ ପରେ ହତ୍ୟା ମାମଲା ରୁଜୁ କରାଯାଇଥିଲା ।

୧୯୯୫ ମସିହାରେ ଗମାଙ୍ଗ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ । ୨୦୦୦ ନିର୍ବାଚନରେ ସେ ଗୁଣପୁରରୁ ୩୦ ହଜାର ଭୋଟରେ ଜିତିଥିଲେ ।

 

 

Leave A Reply

Your email address will not be published.