Latest Odisha News

BREAKING NEWS

ମୋଦିଙ୍କ ହାଇଟେକ ହାଣ୍ଡସେକ ପରେ କ’ଣ ଘୋଷଣା କଲେ ଗୁଗୁଲ, ଆମାଜନ ଏବଂ ମାଇକ୍ରୋସପ୍ଟ

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହ୍ୱାଇଟ ହାଉସରେ ସିଲିକନ ଭାଲିର ସବୁଠାରୁ କ୍ଷମତାଶାଳୀ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ । ସେମାନଙ୍କ ସହ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି  ଏବଂ ଅତ୍ୟଧୁନିକ ନିର୍ମାଣ କ୍ଷେତ୍ରରେ ଆର୍ଥିକ ସହଯୋଗ ବଢାଇବା ଉପରେ ଆଲୋଚନା କରିଥିଲେ ।

ହ୍ୱାଇଟ ହଉସର ଇଷ୍ଟ ରୁମରେ ହୋଇଥିବା ଏହି ବୈଠକରେ ଗୁଗୁଲର ମୁ୍ଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟ କର୍ପୋରେସନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସତ୍ୟା ନଡେଲା, ଆପଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଟିମ କୁକ ଯୋଗ ଦେଇଥିଲେ । ଟିମ କୁକ ପ୍ରଧାନମନ୍ତ୍ରୀଙ୍କ ପାଖରେ ବସିଥିବା ଦେଖିବାକୁ ମିଳିଥିଲା ।

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ବାଇଡେନ ପ୍ରଶାସନ ଭାରତରେ ଚୀନ ବିରୋଧରେ ଏକ ପ୍ରମୁଖ ଅସ୍ତ୍ର ଭାବେ ଠିଆ ହେବାକୁ ଯାଉଛି । ଭାରତ ପ୍ରାଦ୍ୟୋଗିକ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରୂ ହେବାକୁ ଇଚ୍ଛା ରଖିଛି । ପ୍ରଧାନମନ୍ତ୍ରୀ ମୋଦି ଚଳିତ ସପ୍ତାହରେ ଘୋଷଣା କରିଥିଲେ, ସେ ବିଶେଷ ଭାବେ ଟେକ୍ନୋଲଜି କମ୍ପାନୀ ପାଇଁ ଥିବା ଆଇନ ଜନିତ ପ୍ରତିବନ୍ଧକକୁ ଦୂର କରିବା ପାଇଁ ଚେଷ୍ଟା କରିବେ । ଯାହା ଫଳରେ ଆମେରିକୀୟ କମ୍ପାନୀ ଭାରତରେ ନିବେଶ କରିବା ସହଜ ହେବ  ।

ବାଇଡେନ ମଧ୍ୟ ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ମଜବୁତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରବା ପାଇଁ ତାଙ୍କ ଅଧିକାରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ବାଇଡେନ କହିଥିଲେ, ‘ଆପଣଙ୍କର ସହଯୋଗ ଆମ ପାଇଁ ଆବଶ୍ୟକ ଅଛି । ଏଇ ଟେବୁଲରେ ଉପସ୍ଥିତ ଭାରତୀୟ ଏବଂ ଆମେରିକୀୟ ସିଇଓଙ୍କ ସହ ଆଲୋଚନା କରୁଛି । ଏହି ସମୟର ଫାଇଦା ଉଠାଇବା ତଥା ଦୁଇଦେଶ ମଧ୍ୟରେ ଅର୍ଥନୈତିକ ,  ରାଷ୍ଟ୍ରୀୟ ସୁରକ୍ଷା ବୃଦ୍ଧି ଦିଗରେ କାମ କରିବା ପାଇଁ ଆପଣଙ୍କ ସହଯୋଗ ଜରୁରୀ ।

ଏହି ବୈଠକ ପରେ ମାଇକ୍ରୋନ ଟେକ୍ନୋଲଜି ଇଙ୍କ ଦ୍ୱାରା ଭାରତରେ ୮୦୦ ମିଲିୟନର ଡଲାରରୁ ଅଧିକ ନିବେଶ କରିବାର ଯୋଜନା ରଖା ଯାଇଥିବା ଘୋଷଣା କରାଯାଇଥିଲା । ସେହିପରି ଆପ୍ଲାଏଡ ମେଟେରିୟଲ୍ସ ଇଙ୍କ  ଭାରତରେ ଏକ ନୂଆ ସେମିକଣ୍ଡକ୍ଟର କେନ୍ଦ୍ରର ଘୋଷଣା କରିଥିଲା । ଚିପ ନିର୍ମାଚା ଲୈମ ରିସର୍ଚ୍ଚ ୬୦ ହଜାର ଇଞ୍ଜିନିୟର୍ସଙ୍କ ପାଇଁ ଭାରତରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଯୋଜନା ରଖିଥିବା ଘୋଷଣା କରିଥିଲା ।

ଆମାଜନ ଆସନ୍ତା ବର୍ଷ ଭାରତରେ ୧୫ ବିଲିଅନ ଡଲାର ଅତିରିକ୍ତ ନିବେଶ କରିବା ପାଇଁ ପ୍ରତିଶ୍ରୁତି ଦେଇଛି । ସେହିପରି ଗୁଗୁଲ କହିଛି ଗୁଜରାଟରେ ତାର ବିଶ୍ୱ ସ୍ତରୀୟ ଏକ ଫିନଟେନ ଅପରେଶନ ସେଣ୍ଟର ଖୋଲିବ । ପିଚାଇ ଏକଥା ମଧ୍ୟ କହିଛନ୍ତି, ତାଙ୍କ କମ୍ପାନୀ ୧୦ ଅରବ ଆମେରିକା ଡଲାର ଭାରତର ଡିଜିଟାଲିକରଣ ପାଇଁ ନିବେଶ କରବା ଜାରି ରଖିବ ।

ଅନ୍ୟମାନଙ୍କ ମଧ୍ୟରେ ଆଡଭାନ୍ସଡ ମାଇକ୍ରୋ ଡିଭାଇସେଜ ଇଙ୍କର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଲିସା ସୁ ଏବଂ ଫ୍ଲିକ୍ସେସ ଲିମିଟେଡର ମୁଖ୍ୟ କାର୍ଯ୍ୟକାରୀ ରେବତୀ ଅଦ୍ୱୈତୀ ବୈଠକରେ ସାମିଲ ହୋଇଥିଲେ । ବୈଠକରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ର ଉପଯୋଗିତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.