Latest Odisha News

BREAKING NEWS

ଆଜିଠୁ ବିହାରରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୋଦି

ପାଟନା: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ପାଣିପାଗ ସରଗରମ । ହେଭିଓ୍ୱେଟ୍ କ୍ୟାମ୍ପେନ୍ ଚାଲିଛି । ଆଜିଠୁ ବିଜେପିର ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନାରେ ଥିବା ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ୍ ମାଗିବେ ।

ପ୍ରଚାରର ପ୍ରଥମ ଦିନରେ ସାସାରାମ, ଗୟା ଓ ଭାଗଲପୁରରେ ତିନିଟି ରାଲିକୁ ସମ୍ବୋଧିତ କରିବେ ନରେନ୍ଦ୍ର ମୋଦି । ତାଙ୍କ ସହ ମଞ୍ଚରେ ଉପସ୍ଥିତ ରହିବେ ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର । କଣ କହିବେ ମୋଦି ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ବିହାର ଭୋଟର ।

ସେହିପରି ଏଥର ଏନଡିଏରୁ ଅଲଗା ହୋଇ ନିର୍ବାଚନ ବୈତରଣୀକୁ ଓହ୍ଲାଇଛନ୍ତି ଏଲଜେପି । ଚିରାଗ ପାଶଓ୍ୱାନଙ୍କ ଏଳଜେପି ଉପରେ ମୋଦି କିଛି କହିବେ ନା ମୌନ ରହିବେ, ତାଉପରେ ସମସ୍ତଙ୍କର ନଜର ବି ରହିଛି । ବିଜେପି ନିର୍ବାଚନ ଇସ୍ତାହର ଘୋଷଣା କରିବାର ଦିନେ ପରେ ବିହାରରେ ପ୍ରଚାର କରିବେ ମୋଦି ।

ବିହାରରେ ୨୪୩ ବିଧାନସଭା ଆସନରେ ନିର୍ବାଚନ ପାଇଁ ତିନିଟି ପର୍ଯ୍ୟାୟରେ ଭୋଟ ନିଆଯିବ । ଆସନ୍ତା ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ, ନଭେମ୍ବର ୩ରେ ଦ୍ୱିତୀୟ ଓ ନଭେମ୍ବର ୭ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ରହିଛି । ଏଥିପାଇଁ ୧୨ ଦିନରେ ମୋଦି ୧୨ଟି ରାଲି କରିବା କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.