Latest Odisha News

BREAKING NEWS

କେମିତି ହେଲା ଅନ୍ତର୍ଜାତୀୟ ଆତଙ୍କବାଦୀ ବାଗଦାଦୀର ପତନ, ଦେଖନ୍ତୁ ଭିଡିଓ !

ୱାସିଂଟନ୍: ଅନ୍ତର୍ଜାତୀୟ ଆତଙ୍କବାଦୀ ତଥା ଇସଲାମିକ ଷ୍ଟେଟ୍(ଆଇଏସ)ର ମୁଖ୍ୟ ଅବୁ ବକର ଅଲ୍ ବାଗଦାଦୀ ନିକଟ ଅତୀତରେ ସେନା ଆକ୍ରମଣରେ ନିହତ ହୋଇଛି ।

ବାଗଦାଦୀ ବିରୋଧରେ ହୋଇଥବା ସେନାର ଏୟାର ଷ୍ଟ୍ରାଇକ୍ ସମ୍ପର୍କରେ ଏକ ଭିଡିଓ ଜାରି କରାଯାଇଛି ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ ପକ୍ଷରୁ ।

ଉକ୍ତ ଭିଡିଓ ଫୁଟେଜଟି କଳା ଧଳା ରଙ୍ଗର ହୋଇଥିବା ବେଳେ ଆମେରିକା ସେନା କିଭଳି ଭାବେ ଉତ୍ତର ସିରିଆରେ ଥିବା ବାଗଦାଦୀର ଆଡ୍ଡାକୁ ନିଜ ଅଧିନରେ ନେଉଛି, ସେନେଇ ସ୍ପଷ୍ଟ ଜଣାପଡୁଛି । ଅପରପକ୍ଷରେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବାଗଦାଦୀର ମୃତଦେହକୁ ଅନ୍ତର୍ଜାତୀୟ ନିୟମ ଅନୁସାରେ ସମୁଦ୍ର ମଧ୍ୟରେ ସମାଧି ଦିଆଯାଇଛି ।

ଅଧିକ ପଢନ୍ତୁ: ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ଆତଙ୍କବାଦୀ ଆଇଏସ ମୁଖ୍ୟ ବାଗଦାଦୀ ନିହତ; କିପରି ଯୋଜନା କରିଥିଲା ଆମେରିକା, ଜାଣନ୍ତୁ

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ ଗତ ରବିବାର ଦିନ ଆଇଏସ ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ମୁଖ୍ୟ ଆବୁ ବାକର୍ ଆଲ-ବାଗଦାଦୀ ନିହତ ହୋଇଥିବା ନେଇ ଘୋଷଣା କରିଛନ୍ତି । ଏହି ଘୋଷଣା ସହିତ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କିପରି ଏହି ଅପରେସନ ହେଲା ସେ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ ।

Leave A Reply

Your email address will not be published.