Latest Odisha News

BREAKING NEWS

ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ଆତଙ୍କବାଦୀ ଆଇଏସ ମୁଖ୍ୟ ବାଗଦାଦୀ ନିହତ; କିପରି ଯୋଜନା କରିଥିଲା ଆମେରିକା, ଜାଣନ୍ତୁ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ ରବିବାର ଦିନ ଆଇଏସ ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ମୁଖ୍ୟ ଆବୁ ବାକର୍ ଆଲ-ବାଗଦାଦୀ ନିହତ ହୋଇଥିବା ନେଇ ଘୋଷଣା କରିଛନ୍ତି । ଏହି ଘୋଷଣା ସହିତ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କିପରି ଏହି ଅପରେସନ ହେଲା ସେ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯାଇଛି ।

ଇସଲାମିକ୍ ଷ୍ଟେଟ (ଆଇଏସ) ମୁଖ୍ୟ ତଥା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନେତା ବାଗଦାଦୀ ନିଜର ସଶସ୍ତ୍ର ଗ୍ରୁପ ସହିତ ଉତ୍ତର ସିରିଆର ଏକ ପାହାଡ଼ିଆ ଅଞ୍ଚଳରେ ବଙ୍କରରେ ରହୁଥିଲା । ସେଠାରୁ ସେ ବିଭିନ୍ନ ଦେଶରେ ରହିଥିବା ଆଇଏସ ଆତଙ୍କବାଦୀ କାର୍ଯ୍ୟକଳାପକୁ ପରିଚାଳିତ କରୁଥିଲା ।

ହ୍ୱାଇଟହାଉସ ପକ୍ଷରୁ ଶନିବାର ଦିନ ବାଗଦାଦୀକୁ ଆକ୍ରମଣ କରି ନିହତ କରିବାକୁ ଯୋଜନା କାର୍ଯ୍ୟକାରୀ ହେଲା । ଏନଡ଼ିଟିଭି ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆମେରିକାଠାରୁ ଦୀର୍ଘ ୬,୦୦୦ ମାଇଲ୍ ଦୂରରେ ରହିଥିଲା ଏହି ଇସଲାମିକ ଷ୍ଟେଟ ଆତଙ୍କୀ ସଂଗଠନର ମୁଖ୍ୟ ଛାଉଣୀ ।

ଉତ୍ତର ଇରାକରୁ ୮ଟି ହେଲିକପ୍ଟର ମାଧ୍ୟମରେ ଆମେରିକୀୟ ସୈନ୍ୟମାନେ ରବିବାର ଭୋର ସମୟରେ ଘଟଣାସ୍ଥଳର ପ୍ରାୟ ୧୦୦ ମାଇଲ୍ ଦୂରରେ ରହି ଅନ୍ଧାରରେ ଯୋଜନା ପ୍ରସ୍ତୁତ କଲେ ।

ଏହି ଟିମ୍ ର ମୁଖ୍ୟ ଟାର୍ଗେଟରେ ଥିଲେ ଇସଲାମିକ୍ ଷ୍ଟେଟ ପ୍ରତିଷ୍ଠାତା ତଥା ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଆତଙ୍କବାଦୀ ଆବୁ ବାକର୍ ଆଲ-ବାଗଦାଦୀ । ଯେପରି ବି ହେଉ ଏହି ଟିମ୍ ବାଗଦାଦୀକୁ କଳେବଳେ କୌଶଳରେ ଧରିବେ ବା ମାରିବେ ସେଥିଲାଗି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ସମେତ ବିଭିନ୍ନ ବୈଷୟିକ ସାମଗ୍ରୀ ଦ୍ୱାରା ନିଜକୁ ପ୍ରସ୍ତୁତ କରି ଆସଥିଲେ ।

ବାଗଦାଦୀ ଏକ ସୁଡ଼ଙ୍ଗ ମଧ୍ୟରେ ରହିଥିବାର ଏହି ଟିମ୍ ସାଟେଲାଇଟ୍ ମାଧ୍ୟମରେ ପୂର୍ବରୁ ଅବଗତ ରହିଥିଲେ । ଆମେକେୀୟ ରାଷ୍ଟ୍ରପତି ଟ୍ରମ୍ପ୍ ନିଜେ ସ୍ୱୀକାର କରିଛନ୍ତି ଯେ, ଏହି ଟିମ୍ ପ୍ରକୃତରେ ଏକ ବଡ଼ ସାହସିକତାର କାର୍ଯ୍ୟ କରିଛନ୍ତି ।

ଏକ ନିଶ୍ଚିତ ଆକ୍ରମଣର ଆଶଙ୍କା କରି ନିଜେ ବାଗଦାଦୀ ଟନେଲ ମଧ୍ୟରେ ଆତ୍ମହତ୍ୟା କରିବା ସହିତ ନିଜର ପରିବାରକୁ ହତ୍ୟା କରିଥିଲା । ତା’ ପରିବାରରେ ଥିବା ୩ ଜଣ ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ବାଗଦାଦୀ ହତ୍ୟା କରିବାକୁ ବାଧ୍ୟ ହୋଇଥିଲା ।

ଏସମ୍ପର୍କରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ସେ ଏକ ଜଣେ ବୀର ଯେପରି ମରେ ସେହିପରି ମରିନାହିଁ, ବରଂ ଜଣେ ପଳାତକର ମୃତ୍ୟୁ ବରଣ କରିଛି ବାଗଦାଦୀ ବୋଲି ଏନଡ଼ିଟିଭିରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି ।

ଏହି ଅପରେସନର ସମସ୍ତ କାର୍ଯ୍ୟକଳାପକୁ ହ୍ୱାଇଟହାଉସରେ ରାଷ୍ଟ୍ରପତି ଟ୍ରମ୍ପ୍ ଦେଖୁଥିଲେ । ସମସ୍ତ ବିବରଣୀର ସିଧାପ୍ରସାରଣ ହେଉଥିବା ସହିତ ସାଟେଲାଇଟ୍ ମାଧ୍ୟମରେ ଘଟଣାସ୍ଥଳର ସମସ୍ତ ବିବରଣୀ ପ୍ରତି ମୂହୁର୍ତ୍ତରେ ଖବର ରଖିପାରୁଥିଲେ ଟ୍ରମ୍ପ୍ ବୋଲି ଉପରୋକ୍ତ ଗଣମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.