Latest Odisha News

BREAKING NEWS

୨୦୨୦ ଶେଷ ସୁଦ୍ଧା ଆମେରିକାରେ କୋଭିଡ୍‌-୧୯ ଭାକ୍ସିନ୍ ଉପଲବ୍ଧ ହେବ: ଡୋନାଲ୍ଡ ଟ୍ରମ୍ପ୍‌

ୱାଶିଂଟନ୍‌: କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ ସଂଖ୍ୟା ୮୦,୦୦୦ ପହଞ୍ଚିବା ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାକ୍ସିନ ଉପଲବ୍ଧ ହେବାନେଇ ଦମ୍ଭୋକ୍ତି ପ୍ରଦାନ କରିଛନ୍ତି । ଚଳିତ ୨୦୨୦ ଶେଷ ସୁଦ୍ଧା କରୋନା ଭାକ୍ସିନ୍ ଆମେରିକାରେ ଉପଲବ୍ଧ ହେବ ବୋଲି ଗଣମାଧ୍ୟମରେ ଟ୍ରମ୍ପ୍ ପ୍ରକାଶ କରିଛନ୍ତି ।

“ଚଳିତ ବର୍ଷ ଶେଷ ସୁଦ୍ଧା ଭାକ୍ସିନ ଆମେରିକାରେ ଉପଲବ୍ଧ ହେବ, ଏନେଇ ଦୃଢ ବିଶ୍ୱାସ ରହିଛି ।” ଏହା କହିଛନ୍ତି ଟ୍ରମ୍ପ୍ ।

ଜାନୁଆରୀ ୨୦୨୦ରେ କରୋନା ଭାକ୍ସିନ୍ ଉପଲବ୍ଧ ହେବାନେଇ ପୂର୍ବରୁ ଆମେରିକୀୟ ଗବେଷକମାନେ ସୂଚନା ପ୍ରଦାନ କରିଥିଲେ ।

ଆମେରିକାରେ ଏହି ଭାକ୍ସିନ୍ ଉଦଭାବନ ଏହା ପୂର୍ବରୁ ଅନ୍ୟ କେଉଁ ଦେଶରେ ଭାକ୍ସିନ ଅପଲବ୍ଧ ହେବା ନେଇ ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ୍ କହିଛନ୍ତି ଯେ, “ଏସବୁକୁ ମୁଁ ଖାତିର୍ କରୁନାହିଁ, ମୁଁ ଚାହୁଁଛି କେବଳ ଭାକ୍ସିନ୍ ଯାହାଦ୍ୱାରା ଏହି ରୋଗ ଉପଶମ ହୋଇପାରୁଥିବ ।”

Comments are closed.