Latest Odisha News

ବାରଣାସେୟ ଉତ୍କଳ ସମାଜ ପକ୍ଷରୁ ଉତ୍କଳ ଦିବସ ପାଳିତ

ବାରଣାସୀ : ବାରଣାସେୟ ଉତ୍କଳ ସମାଜ ଆନୁକୂଲ୍ୟରେ କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ବିଜ୍ଞାନ ସଂସ୍ଥାନରେ ଥିବା ସେମିନାର ହଲରେ ଉତ୍କଳ ଦିବସ ଧୂମଧାମରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାରଣାସୀ ଲୋକୋମୋଟିଭ ୱାର୍କ (ବି.ଏଲ.ଡବ୍ଲ) ମୁଖ୍ୟ ପ୍ରବନ୍ଧକ ବାସୁଦେବ ପଣ୍ଡା ଯୋଗଦାନ କରିଥିଲେ ।ଗୋପବନ୍ଧୁ ମିଶ୍ର ସଭାର ସଭାପତି ଭାବେ ଦାୟିତ୍ୱ ତୁଲାଇ ଥିଲାବେଳେ ସାଧାରଣ ସମ୍ପାଦକ ଅମିୟ କୁମାର ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ପ୍ରଫେସର ପ୍ରଦୋଷ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ପତ୍ରିକା “କିଛି କଥା କିଛି ବାର୍ତ୍ତା -ଏକ ଅପୂର୍ବ ଅନୁଭୂତି” ଉନ୍ମୋଚନ ହୋଇଥିଲା ।

ମହାପ୍ରଭୁ ଜଗନ୍ନାଥ ଏବଂ ମହାମନା ମଦନ ମୋହନ ମାଲବୀୟଙ୍କ ନିକଟରେ ଭକ୍ତିପୁଷ୍ପ ଅର୍ପଣ ପରେ କାନ୍ତକବିଙ୍କ ରଚିତ ଓଡ଼ିଶା ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା

ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ଭାବେ ଗୋପବନ୍ଧୁ ମିଶ୍ରଙ୍କ ରଚିତ କ୍ଷୁଦ୍ର ସାମାଜିକ ନାଟକ ‘ ପୁରୁଣା ମାଟି ନୂଆ ସପନ” ମଞ୍ଚସ୍ତ ହୋଇ ଦର୍ଶକଙ୍କ ହୃଦୟକୁ ଛୁଇଁଥିବାବେଳେ ଛାତ୍ରଛାତ୍ରୀଙ୍କ ଦ୍ବାରା ସମ୍ବଲପୁରୀ ନୃତ୍ୟ ଏବଂ ବିଭିନ୍ନ ଆଧୁନିକ ନୃତ୍ୟ ମଞ୍ଚକୁ ରଙ୍ଗମୟ କରିଥିଲା । ଏଥିସହ ଅନୁଷ୍କ ବେଉରାଙ୍କ ଦ୍ବାରା ଓଡିଶୀ ନୃତ୍ୟ, ଚିନ୍ମୟ ଏବଂ ସୋନାଲୀଙ୍କ ଦ୍ବାରା’ ମୁଁ ଉତ୍କଳ’ ଓଡ଼ିଶାର ଗୌରବମୟ ଐତିହ୍ୟ ଓ ଇତିହାସର ସାମୁହିକ ମୂଲ୍ୟ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ଏକ କୁଇଜ ପ୍ରତିଯୋଗିତା ଓ ଚିତ୍ରକଳା ପ୍ରଦର୍ଶନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ଝୋଟି ଚିତା ସହିତ ଦହିବରା ଆଳୁଦମ ମୁଖ୍ୟ ଆକର୍ଷଣ ଥିଲା । ଉକ୍ତ କାର୍ଯ୍ୟକ୍ରମରେ ୫୦୦ରୁ ଉଦ୍ଧ ପ୍ରବାସୀ ଓଡ଼ିଆ ଯୋଗ ଦେଇ ଥିଲେ।

 

 

 

Leave A Reply

Your email address will not be published.