Latest Odisha News

କରୋନା ସତର୍କତା: ଚଳିତ ବର୍ଷ ପାଳନ ହେବ ନାହିଁ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ବୁଧବାର ଦିନ ଉତ୍କଳ ଦିବସ ପାଳନ କରିବା ପାଇଁ କୌଣସି ସରକାରୀ କାର୍ଯ୍ୟ ଆୟୋଜନ ନକରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ।

ଜଣେ ବରିଷ୍ଠ ସରକାରୀ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ , “କରୋନା ବିରୁଦ୍ଧରେ ଲଢେଇ କରିବା ପାଇଁ ସାରାଦେଶକୁ ଲକଡାଉନ ଘୋଷଣା କରାଯାଇଥିବା ବେଳେ ଏହି ସମୟରେ ଉତ୍କଳ ଦିବସ ପାଳନ ନକରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ନିଆଁ ଭଳି ବ୍ୟାପୁଥିବା କରୋନା ଭାଇରସ ବିସ୍ତାରରେ ଅଙ୍କୁଶ ଲଗାଇବା ପାଇଁ ଲୋକମାନଙ୍କୁ କୌଣସି କାର୍ଯ୍ୟ ପାଇଁ ଏକାଠି ହେବାକୁ ଅନୁମତି ନଦେବାକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ରହିଛି।

ଏହା ବ୍ୟତୀତ ମାରାତ୍ମକ କରୋନାଭାଇରସର ବିସ୍ତାର ଏକ ବଡ଼ ଆହ୍ୱାନ ସୃଷ୍ଟି କରିଥିବା ବେଳେ ଏହି ସମୟରେ କୌଣସି ସରକାରୀ କାର୍ଯ୍ୟ ମଧ୍ୟ ଆୟୋଜନ କରାଯାଇପାରିବ ନାହିଁ।

ପ୍ରତିବର୍ଷ ଉତ୍କଳ ଦିବସ ଅବସରରେ ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରନ୍ତି ରାଜ୍ୟ ସରକାର। ରାଜ୍ୟର ଅନେକ ସଂଗଠନ ମଧ୍ୟ ଆଧୁନିକ ଓଡ଼ିଶାର ଗଠନ ଦିବସକୁ ଆଡମ୍ବର ସହ ପାଳନ କରନ୍ତି। ଭାଷାଭିତ୍ତିକ ବିଚାରକୁ ଆଧାର କରି ଓଡିଶା ୧୯୩୬ ମସିହା ଏପ୍ରିଲ ୧ରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରାପ୍ତ କରିଥିଲା ।

Leave A Reply

Your email address will not be published.