Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପଶୁପକ୍ଷୀଙ୍କ ପ୍ରେମରେ ହିମାଂଶୁ : ଗ୍ରୀଷ୍ମପ୍ରବାହରେ ବି କରୁଛନ୍ତି ସେବା

ଢେଙ୍କାନାଳ : ପଶୁପକ୍ଷୀଙ୍କ ପ୍ରେମରେ ହିମାଂଶୁ ,  ଜଣେ ଯୁବକ ଯିଏ ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ । ଯାହାଙ୍କ ଅନାବିଳ ଭଲ ପାଇବାର ନିଦର୍ଶନ ସମାଜର ଚିତ୍ରପଟରେ ପ୍ରତିଫଳିତ । ସେ ଚାକିରୀ ଜୀବନର ଅବସର ସମୟରେ ନିଜ ହାତରୁ ଖର୍ଚ୍ଚ କରି ପଶୁପକ୍ଷୀଙ୍କ ସେବାରେ ଲାଗି ପଡିଛନ୍ତି । ଆଉ ତାଙ୍କର ଏହି ସେବାପାଇଁ ତାଙ୍କୁ ବିଭିନ୍ନ ମହଲରେ ଅନେକ ପ୍ରଶଂସା କରାଯାଇଛି।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାରିହାପୁର ଗାଁର ଯୁବକ ହିମାଂଶୁ ଭୂଷଣ ବାରିକ । ପେଶା ହେଉଛି ଜଣେ ପ୍ଲାଣ୍ଟ କର୍ମଚାରୀ ନିଶା ପଶୁପକ୍ଷୀଙ୍କ ସେବା । ବର୍ଷର ସବୁ ସମୟରେ ସେବାରେ ଲାଗି ପଡିଛନ୍ତି ହିମାଂଶୁ ।  ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଣ ହେଉ ଅବା ପାନୀୟ ଜଳ। ଗାଁଠୁ ସହର ସବୁଠି ତାଙ୍କର ସେବା ।

ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ପଶୁ ପକ୍ଷୀ ମାନଙ୍କ ପାଇଁ ଜଙ୍ଗଲରେ ପାନୀୟ ଜଳର ବ୍ୟବସ୍ଥା ,ବୁଲା କୁକୁର ଓ ଗାଈଗୋରୁଙ୍କୁ ଖାଦ୍ୟ ବଣ୍ଟନ ଲାଗି ପଡିଛନ୍ତି ହିମାଂଶୁ ।  ୨୦୦୮ ମସିହା ପରଠାରୁ ତାଙ୍କର ଏହି ପଶୁପକ୍ଷୀଙ୍କ ସେବା ଅନବରତ ଜାରି ରହିଛି । ।

କରୋନା ଭଳି ମହାମାରୀ ସମୟରେ ଦିନହୀନଙ୍କ ସେବା ସାଙ୍ଗକୁ ପଶୁପକ୍ଷୀଙ୍କ ସେବା ତାଙ୍କୁ ଆତ୍ମତୃପ୍ତି ଦେଇଛି ।  ପଶୁପକ୍ଷୀ ମାନେ ତାଙ୍କୁ ଦେଖିଲେ ଆକୃଷ୍ଟ ହୋଇ ତାଙ୍କ ଆଡକୁ ଚାଲି ଆସିଥାନ୍ତି । ଘଞ୍ଚ ଅରଣ୍ୟ ମଧ୍ୟରେ ଠେକି ଓ ମାଠିଆରେ ପଶୁପକ୍ଷୀ ମାନଙ୍କ ପାଇଁ ଖାଦ୍ୟ ଓ ଜଳ ଯୋଗାଇବା ତାଙ୍କର ନିତିଦିନିଆ ଘଟଣା ।  ସେ ଯୁବଶକ୍ତି ନାମକ ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଜରିଆରେ ନିଜ ସେବାକୁ ଜାରି ରଖିଛନ୍ତି ।

ବର୍ଷା ,ଶୀତ ହେଉ ଅବା ଅସହ୍ୟ ତାତି ହିମାଂଶୁଙ୍କୁ ସେବାରେ କେବେ ନିବୃତ କରି ପାରିନାହିଁ ।

Leave A Reply

Your email address will not be published.