Latest Odisha News

କରୋନିଲ୍ ଔଷଧ ବାହାର କରି ଅଡୁଆରେ ପଡିଲେ ବାବା ରାମଦେବ, ପତଞ୍ଜଳିକୁ ନୋଟିସ

ଡେରାଡୁନ୍: ବାବା ରାମଦେବ  କରୋନାର ଚିକିତ୍ସା ପାଇଁ ‘କରୋନିଲ୍’ ଔଷଧ ବାହାର କରିବା ଘଟଣାରେ ଅସୁବିଧାରେ ପଡିଛନ୍ତି । ଷ୍ଟେଟ୍ ଡ୍ରଗ୍ସ କନଟ୍ରୋଲୋର ରାମଦେବଙ୍କ ପତଞ୍ଜଳି ଯୋଗ ପୀଠର ଦିବ୍ୟ ଫାର୍ମାସୀକୁ ନୋଟିସ୍ ଜାରି କରିଦେଇଛନ୍ତି । ଉତ୍ତରାଖଣ୍ଡର ଆର୍ୟୂବେଦ ବିଭାଗ ନୋଟିସ୍ ଜାରି କରି ପଚାରିଛି ଔଷଧ ଲଞ୍ଚ କରିବାର ପରମିଶନ୍ କେଉଁଠୁ ମିଳିଲା ?  ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ପତଞ୍ଜଳି ଥଣ୍ଡା, କାଶ ଏବଂ ଜ୍ବର ପାଇଁ ଔଷଧ ତିଆରି ​କରିବାକୁ ଅନୁମତି ମିଳିଥିଲା, କିନ୍ତୁ କରୋନା ପାଇଁ ଦିଆଯାଇନଥିଲା । ଫାର୍ମସୀ ଏଥି​‌ରେ ମଧ୍ୟ ଡ୍ରଗ୍ ଆଣ୍ଡ ମ୍ୟାଜିକ୍ ଆକ୍ଟ -୧୯୫୪ର ର ଉଲଂଘନ ବୋଲି କୁହାଯାଉଛି ।

BjdElectrycity

କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଷ୍ଟେଟ୍ ଡ୍ରଗ୍ କନଟ୍ରୋଲୋର ଯତେନ୍ଦ୍ର ସିଂ ରାଓ୍ବତ କହିଛନ୍ତି, ଯଦି ନୋଟିସର ସନ୍ତୋଜନକ ଉତ୍ତର ନମିଳେ ତେବେ ବିଭାଗ ଦ୍ବାରା ଜାରି କରାଯାଇଥିବା ଲାଇସେନ୍ସ ରଦ୍ଦ ହୋଇପାରେ ନଚେତ ତାକୁ ଇମ୍ୟୁନିଷ୍ଟି ବୁଷ୍ଟର ଔଷଧ ବୋଲି ଜାରି କରାଯିବ ।

Leave A Reply

Your email address will not be published.