Latest Odisha News

କାଲି ଖୋଲିବ ହୀରାକୁଦର ଗେଟ୍‌, ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆସନ୍ତାକାଲି ଦିନ ୧୦ଟାରେ ହୀରାକୁଦରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଡ୍ୟାମକୁ ଜଳ ପ୍ରବେଶ ପାଇଁ ଆଗୁଆ ଗେଟ୍ ଖୋଲାଯାଉଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏବେ ଜଳଭଣ୍ଡାରରେ ୬୧୬.୫୦ ଫୁଟ ପାଣି ରହିଛି । ପାଣିପାଗ ସୂଚନା ଅନୁଯାୟୀ ହୀରାକୁଦ ଉପର ଓ ତଳ ମୁଣ୍ଡରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ବର୍ଷା ହେବ । ତେଣୁ ହୀରାକୁଦ କର୍ତ୍ତୃପକ୍ଷ ଜଳଭଣ୍ଡାରକୁ କିଛି ମାତ୍ରାରେ ଖାଲି କରିବାକୁ ନିଷ୍ପତି ନେଇଛନ୍ତି । ଗତବର୍ଷ ଅଗଷ୍ଟ ୧୪ ତାରିଖରେ ମହାନଦୀକୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା।

ମହାନଦୀ ତଳିଆ ଅଂଚଳକୁ ଖାଲି କରିବାକୁ କର୍ତ୍ତୃପକ୍ଷ ୯ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ହୀରାକୁଦ, ବୁର୍ଲା ଓ ସମ୍ବଲପୁର ମହାନଗର ନିଗମ ଅଂଚଳରେ ମାଇକ ଯୋଗେ ଘନ ଘନ ପ୍ରଚାର କରାଯାଉଛି । ଦିନ୧୦ ଟା ପରେ ମହାନଦୀ ଅବବାହିକାରେ ବୁଲା ବୁଲି ନକରିବାକୁ ସତର୍କ ସୂଚନା ଦିଆଯାଇଛି ।

Leave A Reply

Your email address will not be published.