Latest Odisha News

BREAKING NEWS

ଉତ୍ତରାଖଣ୍ଡରେ ହାରିଗଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ଡେରାଡୁନ : ଉତ୍ତରାଖଣ୍ଡରେ ବିଜେପି ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ସତ୍ତ୍ବେ ଏକ ଝଟକାର ସମ୍ମୁଖୀନ ହୋଇଛି । ଉଦ୍ଧମ ସିଂ ନଗରର ଖାତିମା ଆସନରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିର୍ବାଚନ ହାରିଯାଇଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପ୍ରିଙ୍କଠାରୁ ୭ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି । ଏହି ଆସନରୁ ଧାମି ୨୦୧୨ ଓ ୨୦୧୭ ନିର୍ବାଚନରେ ବିଜୟୀ ହୋଇଥିଲେ ।

ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ ମଧ୍ୟ ହାରିଯାଇଛନ୍ତି । ସେ ଲାଲକୁଆଁ ଆସନରୁ ହାରିଯାଇଛନ୍ତି । ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟଙ୍କଠାରୁ ୧୪ ହଜାର ଭୋଟରେ ପରାସ୍ତ ହୋଇଛନ୍ତି ।

୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ଏବେ ବିଜେପି ୪୮ଟି ଆସନରେ ବିଜୟୀ ହୋଇଛି କିମ୍ବା ଆଗୁଆ ରହିଛି । କଂଗ୍ରେସ ୧୮ଟି ଆସନରେ ବିଜୟୀ ହୋଇଛି କିମ୍ବା ଆଗୁଆ ରହିଛି

Comments are closed, but trackbacks and pingbacks are open.