Latest Odisha News

BREAKING NEWS

ଧୋକାବାଜ ସ୍ୱାମୀଙ୍କୁ ଉତ୍ତର ପ୍ରଦେଶରୁ ଓଡ଼ିଶାରେ ଆସି ଠାବ କଲା ପ୍ରତାରିତ ପତ୍ନୀ

ଯାଜପୁର: ନ୍ୟାୟ ପାଇଁ ଉତ୍ତର ପ୍ରଦେଶରୁ ଓଡ଼ିଶା ଆସି ପହଞ୍ଚିଲେ ମହିଳା। ତାଙ୍କ ସହ ପ୍ରେମ ବିବାହ ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ କରିଛନ୍ତି ମହିଳା। ଏଭଳି ଘଟଣା ସାମ୍ନାକୁ ଆସିଜି ଯାଜପୁରରୁ। ବିଂଝାରପୁର ଥାନାରେ ମହିଳାଜଣକ ନିଜ ସ୍ୱାମୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି।

ଯାଜପୁର ଜିଲ୍ଲା ମଧୁସୂଦନପୁରର ସୁଶାନ୍ତ ବାରିକ ଉତ୍ତର ପ୍ରଦେଶର ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିଲେ। ସେହି ସମୟରେ ସେଠାରେ ଜଣେ ବିଧବା ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସେ ୧୩ ମେ ୨୦୨୧ରେ ତାଙ୍କୁ ମନ୍ଦିରରେ ବିବାହ କରିଥିଲେ। ତାଙ୍କର ୪ବର୍ଷର ଶିଶୁ ପୁତ୍ର ଅଛି। ମାତ୍ର ସୁଶାନ୍ତ ବାରିକ କିଛି ଦିନ ତଳେ ସେଠାରୁ ପଳାଇ ଆସିଥିଲେ।

ପରେ ସେ ବିଂଝାରପୁର ଅଞ୍ଚଳରେ ରହୁଥିବା ଖବର ପାଇ ମହିଳା ଜଣକ ସ୍ଥାନୀୟ ଥାନାରେ ସୁଶାନ୍ତଙ୍କ ବିରୋଧରେ ମୋକଦ୍ଦମା କରିଛନ୍ତି। ଏନେଇ ତୁରନ୍ତ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ସେପଟେ ପୋଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.