Latest Odisha News

ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ଭେଙ୍କଟରମନ ଅନନ୍ତ ନାଗେଶ୍ୱରନ

ନୂଆଦିଲ୍ଲୀ: ଡ.ଭେଙ୍କଟରମନ ଅନନ୍ତ ନାଗେଶ୍ୱରନଙ୍କୁ ଦେଶର ନୂତନ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି । ଡିସେମ୍ବରରେ କେଭି ସୁବ୍ରମଣ୍ୟମ ଏହି ପଦ ଛାଡିଥିଲେ । ତାଙ୍କ ସ୍ଥାନରେ ଭେଙ୍କଟରମନ ଏହି ଦାୟିତ୍ୱ ତୁଲାଇବେ । କରୋନା ମହାମାରୀ ପରେ ଦେଶର ଅର୍ଥନୀତି ସମ୍ଭାଳିବା ତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ ।

୧୯୮୫ରେ ଆଇଆଇଏମ ଅହମ୍ମଦାବାଦରୁ ସେ ଏମବିଏରେ ପୋଷ୍ଟ ଗ୍ରାଜୁଏଟରେ ଡିପ୍ଲୋମା ହାସଲ କରିଥିଲେ । ଏହା ବ୍ୟତୀତ ସେ ସ୍ୱିଜରଲାଣ୍ଡ, ସିଙ୍ଗାପୁରରେ ଅନେକ ଅର୍ଥନୀତି ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଦାୟିତ୍ୱ ତୁଲାଇଛନ୍ତି । ୨୦୧୯ରେ ସେ ୨ ବର୍ଷ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତିକ ପରାମର୍ଶଦାତା ପରିଷଦରେ ଦାୟିତ୍ୱ ତୁଲାଇଥିଲେ ।

Comments are closed, but trackbacks and pingbacks are open.