Latest Odisha News

BREAKING NEWS

ତ୍ରିକୋଣୀୟ ପ୍ରେମରୁ ଛୁରାମାମଡ଼ !

ଭୁବନେଶ୍ୱର: ଅଶାନ୍ତ ହେବାରେ ଲାଗିଛି ରାଜଧାନୀ । ସିରିଜ ଲୁଟ୍ ପରେ ପୁଣି ରାଜଧାନୀରେ ଛୁରା ମାଡ଼ । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଆଜି ଜଣେ ଯୁବକଙ୍କୁ ଛୁରାମାଡ଼ କରାଯାଇଛି । ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ସୂଚନା ମିଳିଛି । ଛୁରାମାଡ଼ ହୋଇଥିବା ଯୁବକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ଯୁବକଙ୍କ ନାଁ ପ୍ରିୟ ରଞ୍ଜନ ବୋଲି ଜଣାପଡ଼ିଛି ।

ଛୁରା ମାଡ଼ କରିଥିବା ଯୁବକଙ୍କୁ ପୋଲିସ ଅଟକ ରଖିଛି । ଛୁରା ମାଡ଼ କରିଥିବା ଓ ଅଭିଯୁକ୍ତ ଯୁବକ ଉଭୟ ଇଞ୍ଜିନିୟରିଂ ଛାତ୍ର ଅଟନ୍ତି । ଜଣେ ଯୁବତୀଙ୍କୁ ଦୁଇ ଯୁବକଙ୍କ ପ୍ରେମକୁ ନେଇ ଛୁରା ମାଡ଼ ହୋଇଥିବା ସୂଚନା ରହିଛି ।

Comments are closed, but trackbacks and pingbacks are open.