Latest Odisha News

BREAKING NEWS

ରାଜ୍ୟରେ ଟିକାର ଘୋର ଅଭାବ: ୪୦୦ କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଗୋଟିଏ ପଟେ କରୋନା ବ୍ୟାପୁଛି । ଅନ୍ୟପଟେ ରାଜ୍ୟରେ ଟିକାର ଘୋର ଅଭାବ । ଟିକା ନଥିବାର ରାଜ୍ୟରେ ଏବେ ୪୦୦ଟି କେନ୍ଦ୍ରରେ ବନ୍ଦ ରହିଛି ଟିକାକରଣ । ଏନହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଆବଶ୍ୟକ ଟିକା ନଥିବାରୁ ଟିକାକରଣ ଲକ୍ଷ୍ୟ ବାଧାପ୍ରାପ୍ତ ହୋଇଛି । ଦୁଇ ଦିନ ଭିତରେ ଟିକା ନଆସିଲେ ବାଧାପ୍ରାପ୍ତ ହେବ ଟିକାକରଣ ।

ବର୍ତ୍ତମାନ ରାଜ୍ୟରେ ୧୧ଶହ ୩ଟି କେନ୍ଦ୍ରରେ ଟିକାକରଣ କାମ ଚାଲିଛି । ଅଧିକ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କପ ଇ-ମେଲ୍ ଓ ଚିଠି କରାଯାଇଛି । କିନ୍ତୁ ସେପଟରୁ କୌଣସି ଉତ୍ତର ମିଳି ନାହିଁ । ୧ଲକ୍ଷ ୮୫ହଜାର ଟିକା କୋଲ୍ଡ ଚେନ୍ ପଏଣ୍ଟରେ ରହିଛି । ଟିକାର ଅଭାବ ଯୋଗୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ପାରୁନି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.