Latest Odisha News

BREAKING NEWS

କରୋନା ଟିକା ସମ୍ପର୍କିତ ଗୁଜବକୁ DCGIର ଖଣ୍ଡନ, ଭ୍ୟାକ୍ସିନ ୧୧୦% ସୁରକ୍ଷିତ

ନୂଆଦିଲ୍ଲୀ: ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଭାରତରେ ଦୁଇଟି ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି। ଯାହାକୁ ନେଇ ସମସ୍ତେ ଖୁସିଥିବା ବେଳେ ଟିକା ସମ୍ପର୍କିତ ଗୁଜବକୁ ନେଇ ଜନସାଧାରଣ ଆଶଙ୍କାରେ ରହିଥିଲେ।

ହେଲେ ଟିକାକୁ ନେଇ ହେଉଥିବା ଗୁଜବକୁ ରବିବାର ଦିନ ଖଣ୍ଡନ କରିଛି ଡିସିଜିଆଇ। ଏଥିସହିତ ଟିକା ୧୧୦ ପ୍ରତିଶତ ସୁରକ୍ଷିତ ବୋଲି ଦାବି ମଧ୍ୟ କରିଛି।

ଡିସିଜିଆଇ ନିର୍ଦ୍ଦେଶକ ଭି.ଜି ସୋମାନି କହିଛନ୍ତି ଯେ- ‘ସୁରକ୍ଷା ଉପରେ ଟିକେ ହେଲେ ସନ୍ଦେହ ଥିଲେ, କୌଣସି ଜିନିଷକୁ ଅନୁମୋଦନ କରିବୁ ନାହିଁ। ଏହି ଟିକାଗୁଡ଼ିକ ୧୧୦ ପ୍ରତିଶତ ସୁରକ୍ଷିତ”।

ସାଧାରଣତଃ ସାମାନ୍ୟ ଜ୍ୱର, ଯନ୍ତ୍ରଣା ଏବଂ ଆଲର୍ଜି ପ୍ରତ୍ୟେକ ଟିକା ନେବା ବେଳେ ହୋଇଥାଏ କିନ୍ତୁ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ।

Leave A Reply

Your email address will not be published.