Latest Odisha News

BREAKING NEWS

ନବକାକଳିର ମକର ସଂଖ୍ୟାର ଲୋକାର୍ପଣ

 

ଭୁବନେଶ୍ୱର:-ସତ୍ୟବିହାର ସ୍ଥିତ ଶ୍ରୀ ତ୍ରୟମ୍ବକେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ନବକାକଳି ସାହିତ୍ୟ ପତ୍ରିକାର ମକର ସଂଖ୍ୟାର ଲୋକାର୍ପଣ କରୋନା ସତର୍କତା ସହିତ ପାଳିତ ହୋଇ ଯାଇଅଛି ୲
ଏଥିରେ ମୁଖ୍ୟ ଅତିଥି ଭାବେ ପ୍ର. ବୈଷ୍ଣବ ଚରଣ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଡଃ ଅଭୟ ନାୟକ, ସମ୍ମାନନୀୟ ଅତିଥି ରୂପେ ଭୁବନାନନ୍ଦ ତ୍ରିପାଠୀ, ଗାଳ୍ପିକ ରବି ସ୍ଵାଇଁ, ନୀଳମଣି ଚାନ୍ଦ, କାହ୍ନୁଚରଣ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଲେଖକ ଓ ଲେଖାକୁ ବଞ୍ଚାଇବାର ସମୟ ଆସିଛି ବୋଲି ମତ ପ୍ରକାଶ କରିଥିଲେ ୲

ପତ୍ରିକାର ସମ୍ପାଦକ ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ ସ୍ଵାଗତ ଅଭିଭାଷଣ ଦେଲାବେଳେ ସୁପ୍ରିୟା ପଣ୍ଡା କବିତା ସଂଯୋଜନା କରିଥିଲେ ୲ ଅନନ୍ତ ନାୟକ, କୁଞ୍ଜ ବିହାରୀ ସାହୁ, ପ୍ରିୟଦର୍ଶନ ମହାନ୍ତି, ବିଜୟଲକ୍ଷ୍ମୀ ସାହୁ ଓ ବେଣୁଧର ସୁତାରଙ୍କ କବିତା ଉଚ୍ଚକୋଟୀର ହେଇଥିଲା ୲
ସଭା ସଞ୍ଚାଳନ ମୋନାଲିସା ତ୍ରିପାଠୀ କଲା ବେଳେ ସହ ସମ୍ପାଦିକା ଧନ୍ୟବାଦ ଅର୍ପଣ କରିଥିଲେ ୲

Leave A Reply

Your email address will not be published.