Latest Odisha News

ମୋତେ ପାର୍ବତୀ ଦରକାର; ପୂର୍ବତନ ପ୍ରେମିକାଙ୍କୁ ନେଇ ଆଇଆଇଟି ବାବାଙ୍କ ପ୍ରତିକ୍ରିୟା… 

ପ୍ରୟାଗରାଜ: ମହାକୁମ୍ଭ ୨୦୨୫ରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଆଇଆଇଟି ବାବା ଅଭୟ ସିଂହ। ତାଙ୍କ ଭିଡିଓଗୁଡ଼ିକ ଖୁବ୍ ଭାଇରାଲ ମଧ୍ଯ ହେଉଛି। ସେ ନିଜେ ପରିବାର, ଆଇଆଇଟି ବମ୍ବେରେ ପାଠପଢ଼ା, କାନାଡାରେ ଚାକିରି ଏବଂ ପ୍ରେମ କାହାଣୀ ବିଷୟରେ ଖୋଲାଖୋଲି ଆଲୋଚନା ମଧ୍ଯ କରିଥାନ୍ତି।

ଇଞ୍ଜିନିୟରରୁ ସନ୍ୟାସୀ ପାଲଟିଥିବା ଅଭୟ ସିଂହ ତାଙ୍କ ପୂର୍ବତନ ପ୍ରେମିକାଙ୍କ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି।

ଗଣମାଧ୍ୟମ ସହିତ ଆଲୋଚନା ବେଳେ ଆଇଆଇଟି ବାବା ଅଭୟ ସିଂହ କହିଥିଲେ ଯେ ସେ ଜଣେ ଝିଅକୁ ବହୁତ ଭଲ ପାଉଥିଲେ। ସେମାନଙ୍କର ସମ୍ପର୍କ ଚାରି ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ସେ ବିବାହ କରିବାକୁ ଚାହୁଁଥିଲା ବେଳେ ମୋର ବିବାହ ଉପରେ ବିଶ୍ବାସ ନଥିଲା। କାରଣ ସେ ତାଙ୍କ ବାପାମାଙ୍କୁ ସବୁବେଳେ ଝଗଡ଼ା କରୁଥିବାର ଦେଖୁଥିଲେ। ଏପରି ପରିସ୍ଥିତିରେ ସେ ବୈବାହିକ ସମ୍ପର୍କ ସୁରୁଖୁରୁରେ ଚଳାଇ ପାରିବେ ନାହିଁ ବାହାଘର ପାଇଁ ମନା କରିଦେଇଥିଲେ।ଆଇଆଇଟିଆନ ବାବାଙ୍କ କହିବାନୁସାରେ , ପିଲାଟି ବେଳୁ ତାଙ୍କ ପରିବାରରେ ପିତା,ମାତାଙ୍କ ଭିତରେ ଝଗଡା ହେଉଥିଲା ଯାହାର ପ୍ରଭାବ ତାଙ୍କ ପାଠପଢା ଉପରେ ମଧ୍ୟ ପଢୁଥିଲା।

ପୂର୍ବତନ ପ୍ରେମିକାଙ୍କ ସହ ପ୍ୟାଚ୍ ଅପ୍ ସମ୍ପର୍କୀତ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ‘ଯାହା ଇଚ୍ଛା ତାହା କର। କିନ୍ତୁ ମୋତେ ପାର୍ବତୀ ଦରକାର। ତୁମେ ତାଙ୍କୁ ପ୍ରଥମେ ସାଧନା କରିବାକୁ କୁହ। ଭଗବାନଙ୍କ ସାନିଧ୍ୟ ପାଆନ୍ତୁ। ପୁଣି ମୋ ପାଖକୁ ଆସିବେ।’

ତେବେ ଯେଉଁ ଝିଅକୁ ମୋ ପ୍ରେମିକା ବୋଲି ଭାଇରାଲ କରାଯାଉଛି। ସେ ମୋର ପ୍ରେମିକା ନୁହେଁ ବରଂ ମୋର ଏମଡିଏସ୍ ବ୍ୟାଚମେଟ୍।

 

Comments are closed.