Latest Odisha News

ପ୍ରେମର ପରିଭାଷାକୁ ପ୍ରକାଶ କରିବା ପାଇଁ ଦିନଟିଏ ‘ଭାଲେଣ୍ଟାଇନ୍‌ ଡେ’

ପ୍ରେମ ପାଇଁ ଦିନଟିଏ । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆଜି ବହୁଛି ପ୍ରେମର ପବନ । ସାଥୀଟିଏ ନିଜ ସାଥୀକୁ ମନର କଥା ପ୍ରକାଶ କରିବା ପାଇଁ ଦିନ ଟିଏ ‘ଭାଲେଣ୍ଟାଇନ୍‌ ଡେ’। ପ୍ରେମୀଯୁଗଳ ପରସ୍ପରଙ୍କ ପ୍ରତି ଥିବା ସ୍ନେହ ଓ ଭଲ ପାଇବା କଥା ପ୍ରକାଶ କରିବା ପାଇଁ ଆଜିର ଦିନକୁ ଅପେକ୍ଷା କରିଥାଆନ୍ତି । ଆଉ ପରସ୍ପରକୁ ଗୋଲାପ ଦେଇ ଏହି ଦିବସ ପାଳନ କରିଥାନ୍ତି । ସପ୍ତାହେ ବ୍ୟାପୀ ଚାଲିଥିବା ପ୍ରେମ ସପ୍ତାହର ଆଜି ହେଉଛି ଶେଷ ଦିନ । ଅର୍ଥାତ୍ ଆଜି ଫେବୃୟାରୀ ୧୪ ଅର୍ଥାତ୍ ‘ଭାଲେଣ୍ଟାଇନ୍ସ ଡେ’ ।

ପ୍ରେମୀ ଯୁଗଳ ହେଉଛନ୍ତି ମୁଦ୍ରାର ଦୁଇ ପାର୍ଶ୍ବପରି । ଜଣଙ୍କ ବିନା ଆଉ ଜଣେ ଅଧୁରା ଯେପରି । ଦୁଇ ଜଣଙ୍କ ବିନା ସହମତିରେ ଆଗକୁ ଗଡିପାରିବ ନାହିଁ ପ୍ରେମ ଗାଡି । ସେଥିପାଇଁ ତ ଭାଲେଣ୍ଟାଇନ ଡେ’ରେ ସମ୍ପର୍କକୁ ମଜଭୁତ କରିଥାନ୍ତି ପ୍ରେମୀ ଯୁଗଳ । ଯେତେ ବି ବାଧାବିଘ୍ନ ଆସୁ ନା କାହିଁକି ପରସ୍ପର ଜୀବନ ସାରା ଏକାଠି ରହିବା ନେଇ କଥା ଦେଇଥାନ୍ତି । ପ୍ରେମର ମିଠାମିଠା ଭାବନାରେ ପ୍ରେମ ପକ୍ଷୀଙ୍କ ଆଖିରେ ଆଜି ରଙ୍ଗୀନ ଦିଶୁଛି ଆକାଶ । ଭବିଷ୍ୟତକୁ ନେଇ ସୁନେଲି ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି ପ୍ରେମପକ୍ଷୀ ।

ପ୍ରେମ ସପ୍ତାହର ସୋପାନ ରୋଜ୍‌ ଡେ, ପ୍ରପୋଜ୍‌ ଡେ, ଚକୋଲେଟ୍‌ ଡେ, ଟେଡି ଡେ, ପ୍ରୋମିଜ୍‌ ଡେ, ହଗ୍‌ ଡେ, କିସ୍‌ ଡେ ସରିଥିବା ପରେ ଆଜି ହେଉଛି ସବୁଠୁ ଖୁସିର ଦିନ ଭାଲେଣ୍ଟାଇନ ଡେ । ଆଜିର ଦିନରେ ଖୋଲା ଆକାଶରେ ମନଭରି ଉଡିବେ ପ୍ରେମ ପକ୍ଷୀ । ଯୁବପୀଢ଼ି ପାଇଁ ଭାଲେଣ୍ଟାଉନ ଡେ ବେଶ ଗୁରୁତ୍ବ ବହନ କରିଥାଏ । କିଏ ବିତିଯାଇଥିବା ଦିନର ମିଠାମିଠା ସ୍ମୃତିକୁ ମନେ ପକାଇବ ତ ଆଉ କିଏ ନୂଆନୂଆ ଆରମ୍ଭ ହୋଇଥିବା ସମ୍ପର୍କକୁ ମଜଭୁତ କରିବାକୁ ଚେଷ୍ଟା କରିବ । ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରେମୀ ଯୁଗଳ ବିଭିନ୍ନ ଆୟୋଜନ ମଧ୍ୟ କରିଥାନ୍ତି । କିଏ ଡେଟ୍‌ରେ ଯାଏତ ଆଉ କିଏ ଲଙ୍ଗ୍‌ ଡ୍ରାଇଭ୍‌ରେ, ପୁଣି କିଏ କ୍ୟାଣ୍ଡେଲ ଲାଇଟ ଡିନର କରିଥାଏ । ସେହିପରି ସକାଳୁ ସକାଳୁ ମନ୍ଦିରକୁ ଯାଇ ଭଙ୍ଗବାନଙ୍କ ନିକଟରେ ପ୍ରେମକୁ ଚିରସ୍ଥାୟୀ କରିବାକୁ ପ୍ରାର୍ଥନା କରିଥାଆନ୍ତି । ତେବେ କଲେଜ ହେଉ ବା ପାର୍କ ଆଜି ସବୁ ସ୍ଥାନରେ ପ୍ରେମୀ ଯୁଗଳଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

 

 

 

Leave A Reply

Your email address will not be published.