Latest Odisha News

BREAKING NEWS

ଅଷ୍ଟ୍ରେଲିଆରେ ଲକ୍ଷ୍ମୀନାରାୟଣ ମନ୍ଦିର ଭାଙ୍ଗିଲେ ଖଲିସ୍ତାନୀ ସମର୍ଥକ

ବ୍ରିସବେନ: ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଥମିବାର ନାମ ନେଉନାହିଁ । ଶନିବାର ଦିନ ଅଷ୍ଟ୍ରେଲିଆର ବ୍ରିସବେନରେ ଥିବା ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିର ଭଙ୍ଗାଯାଇଥିବାର ସୂଚନା ମିଳିଛି । ଖଲିସ୍ତାନୀ ସମର୍ଥକ ଏହି ମନ୍ଦିରରେ ପଶି ଭଙ୍ଗାରୁଜା କରିଥିବାର ଜଣାପଡିଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଆଜି ସକାଳେ ଯେତେବେଳେ କିଛି ଶ୍ରଦ୍ଧାଳୁ ମନ୍ଦିରକୁ ଆସିଥିଲେ ସେତେବେଳେ ବ୍ରିସବେନରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା କରାଯାଇଥିବାର ଦେଖିବାକୁ ପାଇଥିଲେ ।

ଏହା ସହ ମନ୍ଦିରର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ଲେଖାଯାଇଥିଲା । ଏହା ପଛରେ ଖଲିସ୍ତାନୀ ସମର୍ଥକଙ୍କର ହାତ ଥିବା ଜଣାପଡିଛି ।ଏହା ପୂର୍ବରୁ ଜାନୁୟାରୀ ମାସରେ ମଧ୍ୟ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ୧୫ ଦିନ ମଧ୍ୟରେ ତିନିଟି ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା । କେବଳ ମନ୍ଦିର ଉପରେ ଆକ୍ରମଣ କରାଯାଇନଥିଲା ବରଂ ଭାରତ ବିରୋଧୀ ନାରା ମଧ୍ୟ ଲେଖାଯାଇଥିବାର ଦେଖିବାକୁ ମିଳିଥିଲା । ଉଲ୍ଲେଖ ଥାଉ କି ଅଷ୍ଟ୍ରେଲିଆରେ ସମୁଦାୟ ୬.୮୪ ଲକ୍ଷ ହିନ୍ଦୁ ଧର୍ମାବଲମ୍ବୀ ବାସ କରୁଥିବାବେଳେ ଅଷ୍ଟ୍ରେଲିଆର ମୋଟ ଜନସଂଖ୍ୟାର ପ୍ରାୟ ୨.୭ ପ୍ରତିଶତ ହିନ୍ଦୁ ରହୁଛନ୍ତି ।

Leave A Reply

Your email address will not be published.