Latest Odisha News

BREAKING NEWS

ଏଟଲୀଙ୍କ ଆକ୍ସନ ଫିଲ୍ମରେ ଅଭିନୟ କରିବେ ବରୁଣ ଧାୱନ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଏଟଲୀ କୁମାର ଏବେ ଶାହାରୁଖ ଖାଁଙ୍କ ସହ ଯବାନ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ପାଦ ଥାପିବା ପାଇଁ ଚେଷ୍ଟା କରୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏଟଲୀ ଏବେ ବରୁଣ ଧାୱନଙ୍କ ସହ ଆକ୍ସନ ଫିଲ୍ମ କରିବାକୁ ଯାଉଛନ୍ତି । ମୁରାଦ ଖେତାନୀ ଏହି ଫିଲ୍ମକୁ ପ୍ରଡ୍ୟୁସ କରୁଛନ୍ତି । ପ୍ରଥମ ଥର ପାଇଁ ବରୁଣ ଧାୱନ, ମୁରାଦ ଖେତାନୀ ଓ ଏଟଲୀ କୁମାର ଏହି ଫିଲ୍ମ ମାଧ୍ୟମରେ ଏକତ୍ର ହେଉଛନ୍ତି । ୨୦୨୪ରେ ବରୁଣଙ୍କ ଏହି ଆକ୍ସନ ଫିଲ୍ମ ରିଲିଜ ହେବ । ଅଗଷ୍ଟ ପରେ ଏହାର ଶୁଟିଂ ଆରମ୍ଭ ହେବ ।

ଫିଲ୍ମର ଅନ୍ୟ କଳାକାରଙ୍କ ଚୟନ ଖୁବ ଶୀଘ୍ର କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପ୍ରଥମ ଥର ପାଇଁ ଦର୍ଶକ ଭାରତ ଏକ ନୂତନ ଶୈଳୀର ଆକ୍ସନ ଦେଖିବାକୁ ପାଇବେ ବୋଲି ଏଟଲୀ କହିଛନ୍ତି । ବରୁଣ କିନ୍ତୁ ଏହି ଫିଲ୍ମ ସମ୍ପର୍କରେ କିଛି କହି ନାହାନ୍ତି । ଏଟଲୀ ଥେରୀ ଓ ମାର୍ଶାଲ ଭଳି ସୁପରହିଟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କର ସମସ୍ତ ଫିଲ୍ମରେ ଏକ ସ୍ୱତନ୍ତ୍ର ଶୈଳୀ ଥାଏ ଯାହାକୁ ଦର୍ଶକ ବେଶ ପସନ୍ଦ କରିଥାନ୍ତି ।

Leave A Reply

Your email address will not be published.