Latest Odisha News

BREAKING NEWS

ବେଦାନ୍ତ ଆଲୁମିନିୟମ୍ ଓ ଡାଲମିଆ ସିମେଣ୍ଟ ସହଯୋଗିତାରେ ଉତ୍ପାଦନ ହେବ ସ୍ୱଳ୍ପ କାର୍ବନ ସିମେଣ୍ଟ

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଡାଲମିଆ ସିମେଣ୍ଟସହିତ ଫ୍ଲାଏ ଆଶ ପାଉଁଶ ଭଳି ଶିଳ୍ପ ବର୍ଜ୍ୟବସ୍ତୁ ଯୋଗାଣ ପାଇଁ ଦୀର୍ଘଦିନ ହେଲା ସହଯୋଗିତା କରି ଆସୁଛି ଓ ସ୍ୱଳ୍ପ ଅଙ୍ଗାରକାମ୍ଳ ସିମେଣ୍ଟ ଉତ୍ପାଦନ ପାଇଁ ପଟ ଲାଇନିଂ ଖର୍ଚ୍ଚ କରୁଛି ।

ଏହି ସହଭାଗିତା ଅନୁଯାୟୀ ଝାରସୁଗୁଡ଼ା ଭାଲିରେ ବେଦାନ୍ତର ବୃହତ ଆଲୁମିନିୟମ ସ୍ମେଲଟର ୫ ବର୍ଷ ପାଇଁ ମାସିକ ପ୍ରାୟ ୨୦ ଟି ଫ୍ଲାଏଆଶକୁ ଓଡ଼ିଶା, ଛତିଶଗଡ଼, ମେଘାଳୟ ଓ ଆସାମର ସିମେଣ୍ଟଉତ୍ପାଦନ ପାଇଁ ପରିବହନ କରିଥାଏ ଓ ରାଜଗାଙ୍ଗପୁରର କଂପାନିରୁ ପ୍ଲାଣ୍ଟକୁ ୩ ବର୍ଷ ପାଇଁ ଏସପିଏଲ ଯୋଗାଇଥାଏ । ବେଦାନ୍ତ ଲିମିଟେଡ ହେଉଛି ସିମେଣ୍ଟ ଶିଳ୍ପ ଗୁଡ଼ିକୁ ଉଚ୍ଚସ୍ତରୀୟ ଫ୍ଲାଏ ଆଶର ଏକ ପସନ୍ଦଯୋଗ୍ୟ ଯୋଗାଣକାରୀ ।

କୋଇଲା ବ୍ୟବହାର କରି ତାପଜ ବିଜୁଳି ଉତ୍ପାଦନର ଏକ ଉଚ୍ଚ ଭଲ୍ୟୁମ ଫ୍ଲାଏ ଆଶ ଓ ବେଦାନ୍ତ ଆଲୁମିନିୟମ ସ୍କେଲଟରରୁ ଏହା ସୃଷ୍ଟି ହୋଇଥାଏ । ଫ୍ଲାଏ ଆଶ ହେଉଛି ସିମେଣ୍ଟ ଶିଳ୍ପରେ ଏକ କଂଚାମାଲ, ଏହା ଦ୍ୱାରା ସିମେଣ୍ଟର ଗୁଣବତା ବୃଦ୍ଧି ଓ ଅଙ୍ଗାରକାମ୍ଳ ପରିମାଣକୁ କମ କରାଯାଇ ପାରିବ । ଏକ ବୃହତ ଶିଳ୍ପ ବର୍ଜର୍୍ୟ ଭାବରେ ଫ୍ଲାଏ ଆଶର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସିମେଣ୍ଟତିଆରିରେ ବ୍ୟବହୃତ ପ୍ରତି ଟନ ଫ୍ଲାଏ ଆଶ ପ୍ରାୟ ୭୦୦-୮୦୦ କିଗ୍ରା କାର୍ବନ ନିର୍ଗମନ, ୪.୨ ନିୟୁତ କେଜି ଶକ୍ତି ଓ ୩୪୧ ଲି ପାଣି ସଂଚୟ କରିବାରେ ସାହାଯ୍ୟ କରେ ।

ଅନୁରୂପ ଭାବରେ ଏସପିଏଲ ସିମେଣ୍ଟର କଂଚାମାଲ, ଶକ୍ତିର ଉତ୍ସ ଭାବରେ ପ୍ରକ୍ରିୟାକରଣ କରାଯାଇ ପାରିବ । ଏହା ଦ୍ୱାରା ନିର୍ଗମନ ହ୍ରାସ, କମ ଇନ୍ଧନ ବ୍ୟବହାର ଓ ପ୍ରାକୃତିକ ଖଣିଜ ସଂପଦର କମ ବ୍ୟବହାର ହେବ ।

ଡାଲମିଆ ସିମେଣ୍ଟ ସହିତ ସହଭାଗିତାକୁ ବେଦାନ୍ତ ଲିମିଟେଡର ସିଇଓ ସୁନିଲ ଗୁପ୍ତା କହିଛନ୍ତି, ଶିଳ୍ପର ପ୍ରକୃତିକୁ ଦୃଷ୍ଟିରେ ରଖି ବେଦାନ୍ତ ପରି ଏକ ବଡ଼ ଆଲୁମିନିୟମ ଉତ୍ପାଦକ ହେଉଛି ସିମେଣ୍ଟଶିଳ୍ପ ପାଇଁ ଏକ ଦୀର୍ଘକାଳୀନ ଅଂଶୀଦାର । ରଣନୀତିକ ସହଯୋଗ ଯେପରିକି ସିମେଣ୍ଟତିଆରିରେ ଉନ୍ନତ ଗୁଣବତା, ସ୍ଥାୟିତ୍ୱ ଓ ମୂଲ୍ୟ ଦୃଷ୍ଟିରୁ ଏକାଧିକ ଲାଭ ପ୍ରଦାନ କରିବ ଓ ଏଥିପାଇଁ ଆମେ ବର୍ଜ୍ୟବସ୍ତୁର ସଠିକ ସଦୁପଯୋଗ କରିବାକୁ ଚାହୁଁଛୁ । ସଂପୃକ୍ତ ଶିଳ୍ପର ଉତ୍ପାଦନ ଓ ସ୍ଥାୟୀ ବିକାଶ ଲାଗି ଆମର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଡାଲମିଆ ସିମେଣ୍ଟର ମୁଖପାତ୍ର କହିଛନ୍ତି, ଡାଲମିଆ ସିମେଣ୍ଟ ହେଉଛି ଭାରତର ଅଗ୍ରଣୀ ହୋମଗାର୍ଡ ସିମେଣ୍ଟ କଂପାନି ମଧ୍ୟରୁ ଅନ୍ୟତମ । ଭାରତରେ ଡାଲମିଆ ସିମେଣ୍ଟ ଏହାର ସମସ୍ତ ହୀତାଧିକାରୀଙ୍କ ପାଇଁ ସ୍ଥାୟୀ ଉପାୟରେ ମୂଲ୍ୟ ବୃଦ୍ଧି କରିବାକୁ ଆଗ୍ରହ ପ୍ରକାଶ କରି ଆସୁଛି । ବେଦାନ୍ତ ଆଲୁମିନିୟମ ସହିତ ଆମର ସହଭାଗିତା ଉଭୟ ସିମେଣ୍ଟଓ ଆଲୁମିନିୟମର ସ୍ଥିରତା ଏଜେଣ୍ଡାକୁ ସମର୍ଥନ କରିବା ଦିଗରେ ଉଭୟ କଂପାନିକୁ ପ୍ରତିବଦ୍ଧତାକୁ ଦର୍ଶାଉଛି । ବେଦାନ୍ତର ସହଯୋଗ ପାଇଁ ଆମେ ଆନନ୍ଦିତ ।

ଓଡ଼ିଶାରେ କଂପାନି ଫ୍ଲାଏ ଆଶକୁ ସବୁଜ ରାସ୍ତା ତିଆରୀ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ସହିତ ଦୀର୍ଘକାଳୀନ ସହଭାଗିତା କରିଆସୁଛି । ସିମେଂଟ ତିଆରି କ୍ଷେତ୍ରରେ ଏହି ଉତ୍ପାଦକୁ ବିଶେଷ ଭାବରେ କାର୍ଯ୍ୟକାରୀ କରାଇବା ଦିଗରେ କଂପାନି ଗୁରୁତ୍ୱ ଦେଉଛି । କଂପାନି ପକ୍ଷରୁ ମଧ୍ୟ ଫ୍ଲାଏ ଆଶ ଇଟା ତିଆରି କରୁଥିବା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା ।

ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave A Reply

Your email address will not be published.