Latest Odisha News

BREAKING NEWS

ସୁରକ୍ଷା ନେଇ ପଦଯାତ୍ରା: ବେଦାନ୍ତ ଲାଞ୍ଜଗଡ଼ରେ ଜାତୀୟ ସୁରକ୍ଷା ସପ୍ତାହ ଉଦଘାଟିତ

ଲାଞ୍ଜିଗଡ଼: ବେଦାନ୍ତ ଲାଞ୍ଜିଗଡ଼ରେ ଜାତୀୟ ସୁରକ୍ଷା ସପ୍ତାହର ଉଦଘାଟନ ଦିବସ ଅବସରରେ ସୁରକ୍ଷା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୦୦୦ରୁ ଅଧିକ କର୍ମଚାରୀ ଶୂନ୍ୟ କ୍ଷତି ସମ୍ପର୍କିତ ସ୍ଲୋଗାନ ଦେଇ ପଦଯାତ୍ରାରେ ସାମିଲ୍ ହୋଇଥିଲେ ।

ଏହି ପଦଯାତ୍ରାରେ ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସୁରକ୍ଷା ପତାକା ଉତ୍ତୋଳନ କରିଥିଲେ । ଉପସ୍ଥିତ ସମସ୍ତ କର୍ମଚାରୀ ସୁରକ୍ଷା ପ୍ରତିଜ୍ଞା ନେଇ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ନିୟମାବଳୀକୁ ପାଳନ ପୂର୍ବକ ଏକ ସୁରକ୍ଷିତ ବାତାବରଣ ତିଆରି କରିବା ନେଇ ଗୁରୁତ୍ୱ ଆରୋପ କରିଥିଲେ ।

ଏହି ଅବସରରେ ଉପସ୍ଥିତ ସମସ୍ତ କର୍ମଚାରୀମାନଙ୍କୁ ଉଦବୋଧନ ଦେଇ ଶ୍ରୀ ମୋହନ କହିଥିଲେ ଯେ, କାର୍ଯ୍ୟସ୍ଥଳୀରେ ସୁରକ୍ଷା ସମ୍ବଳିତ ଉତ୍ତମ ପଦକ୍ଷେପ ନେବା ସହିତ ଶୂନ୍ୟ କ୍ଷତି ବାତାବରଣ ସୃଷ୍ଟି କରିବା ନେଇ କମ୍ପାନୀ ପ୍ରତିଶୃତିବଦ୍ଧ ।

ନିଜସ୍ୱ କାର୍ଯ୍ୟପ୍ରଣାଳୀରେ ଶୂନ୍ୟ କ୍ଷତି, ଶୂନ୍ୟ ନିଷ୍କାସନ, ଶୂନ୍ୟ ଅପଚୟକୁ ଦ୍ଧେୟ କରି ଉତ୍ପାଦନ, ପରିବେଶ, ସ୍ୱାସ୍ଥ୍ୟ ତଥା ସୁରକ୍ଷା କ୍ଷେତ୍ରରେ ଉନ୍ନତି ସକାଶେ ନେଇ କମ୍ପାନୀ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସିଛି । ବେଦାନ୍ତ ଆଲୁମିନା ରିଫାଇନାରୀ ନିଜର ସୁରକ୍ଷା ପ୍ରବନ୍ଧନ ପ୍ରଣାଳୀରେ ଲଗାତର ପରିବର୍ତ୍ତନ ଆଣି ଆଧୁନିକ ସୁରକ୍ଷା ପ୍ରଣାଳୀ ଅବଲମ୍ବନ କରିଛି । ଉତ୍ପାଦନ ପରିଚାଳନା କ୍ଷେତ୍ରରେ ସୁରକ୍ଷା ନିୟମାବଳୀକୁ ଆହୁରି ସୁଦୃଢ ତଥା ସୁସଙ୍ଗଠିତ କରିବା ସକାଶେ ବିଭିନ୍ନ ପ୍ରକାର କର୍ମଶାଳା ଏବଂ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛି କମ୍ପାନୀ ।

Leave A Reply

Your email address will not be published.